ଓଡିଶା

ନୀଳଗିରିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ…

ନୀଳଗିରି, ୦୬/୫ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ଉପରେ ଭରସା କରି ଦଳ ତାଙ୍କୁ ଟିକେଟ ପ୍ରଦାନ କରିଛି । ଅକ୍ଷୟଙ୍କୁ ଟିକେଟ୍ ମିଳିବା ପରେ ନୀଳଗିରି କଂଗ୍ରେସ ମହଲରେ ଖୁସିର ଲହରି ଖେଳିଯାଇଛି । ଅକ୍ଷୟ କୁମାର ଆଚାର୍ଯ୍ୟ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ । ତାଙ୍କ ସମୟରେ ନୀଳଗିରିର ବ୍ୟାପକ ବିକାଶ ହେବାସବ ସେ ନୀଳଗିରି ବାସୀଙ୍କର ପ୍ରିୟ ହୋଇ ପାରିଥିଲେ । ୧୯୮୦ ରୁ୧୯୮୫ ଏବଂ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ନୀଳଗିରିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅକ୍ଷୟ । ପରବର୍ତ୍ତୀ ସମୟରେ କଂଗ୍ରେସ ପକ୍ଷରୁ ନୀଳଗିରି ନିର୍ବାଚନ ମଣ୍ଡଳୀରେ ସେଭଳି କୌଣସି ପ୍ରାର୍ଥୀ ଦିଆଯାଇ ନ ଥିବାରୁ କଂଗ୍ରେସ ଲୋକଲୋଚନକୁ ଆସି ପରିନଥିଲା । ବର୍ତ୍ତମାନ ଅକ୍ଷୟ ବିଧାୟକ ପ୍ରାର୍ଥୀ ହେବା ପରେ ନୀଳଗିରିବାସୀ ପୁଣି ଥରେ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କୁ ବିଧାୟକ ଭାବେ ଚାହୁଁଛନ୍ତି ବୋଲି ସୂଚନା ମିଳିଛି । ଟିକେଟ୍ ମିଳିବା ପରେ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ବାସ ଭବନରେ କର୍ମୀଙ୍କ ଭିଡ ଜମିଛି । ଏ ନେଇ ଅକ୍ଷୟ କୁମାର ଆଚାର୍ଯ୍ୟ କହିଛନ୍ତି, “ମୋ ସମୟରେ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା କାଯ୍ୟ ସମ୍ପୂର୍ଣ୍ଣ କରିବା, ଆଦିବାସୀଙ୍କ ବିକାଶ, ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବିକାଶ, ଶିଳ୍ପାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେବି ।”

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା