ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ଭରିଲେ ହିନ୍ଦୋଳ ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁ…

ଢେଙ୍କାନାଳ, ୩/୫ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମହେଶ ସାହୁ ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ତାରିଣୀ ମନ୍ଦିରରେ ପୂଜାର୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ମହେଶ ସାହୁ ଏକ ଖୋଲା ଜିପରେ ବାହାରିିଥିଲେ । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କୋଣ ଅନୁକୋଣରୁ ସ୍ୱତଃପ୍ରବୃତ୍ତ ଭାବରେ ଆସିଥିବା ହଜାର ହଜାର ମହେଶ ସମର୍ଥକ, ବିଜେଡି କାର୍ଯ୍ୟକର୍ତା, କର୍ମୀ ଓ ଜନସାଧାରଣଙ୍କ ଗହଣରେ ମହେଶଙ୍କ ସହ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ହିନ୍ଦୋଳ କୋଅବଜର୍ଭର ସଂଜୟ ସେଠି, ଓଡାପଡା ବ୍ଲକ ଅଧ୍ୟକ୍ଷ୍ୟା ସସ୍ମିତା ମହାନ୍ତି, ଉପାଧ୍ୟାକ୍ଷ ଅମିତାଭ ସ୍ୱାଇଁ, ହିନ୍ଦୋଳ ଅଧ୍ୟକ୍ଷ୍ୟା ସସ୍ମିତା ନାଏକ, ହିନ୍ଦୋଳ କୋଡିନେଟର ବିଜେଡି ରାଜ୍ୟ ସମ୍ପାଦକ ଅଶୋକ ନାଏକ, ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟାକ୍ଷା ପ୍ରତିମା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଜିଲ୍ଲା ମହିଳା ସଭାପତି ସାଗରୀକା ମିଶ୍ର ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲା ସମ୍ପାଦକ, ବ୍ଲକ ଯୁବ, ଛାତ୍ର, ମହିଳା ଓ ବିଜେଡି ଛାମୁଆ ସଂଗଠନ କାର୍ଯ୍ୟକର୍ତାଙ୍କ ସାମିଲ ହୋଇଥିଲେ । ବାଦ୍ୟ ବାଜା, ରୋଷଣୀ, ମୃଦଙ୍ଗ, ସଂକୀର୍ତନ, ଲଉଡ଼ିବାଡ଼ି, ଚାଙ୍ଗୁ ଇତ୍ୟାଦି ବାଦ୍ୟଯନ୍ତ୍ରରେ ଏକ ଭବ୍ୟ ଶୋଭାଯାତ୍ରା ହିନ୍ଦୋଳ ଏନ୍ଏସି କାନ୍ଦରାଶୁଣିରୁ ଆରମ୍ଭ ହୋଇ ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା । ଏହି ନାମାଙ୍କନ ଶୋଭାଯାତ୍ରା ଏକ ଅଦିନିଆ ପର୍ବର ଭ୍ରମ ସୃଷ୍ଟି କରିଥିଲା ଏବଂ ରାସ୍ତାର ଉଭୟପାର୍ଶ୍ୱରେ ହଜାର ହଜାର ଜନସାଧାରଣ ମହେଶ ସାହୁଙ୍କୁ ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା ଜଣାଉଥିବା ଦେଖାଯାଇଥିଲା ।
ଏହି ଅବସରରେ ମହେଶ ସାହୁ କହିଥିଲେ ଯେ, “ସାଂସଦ ଭାବରେ ସାତୋଟି ନିର୍ବାଚନ ମଣ୍ଡଳୀପାଇଁ ଲଢେଇ କରୁଥିଲେ ଏବଂ ନିର୍ବାଚିତ ହେଲେ ହିନେ୍ଦାଳ ମାଟିର ପୁଅ ଭାବରେ ହିନେ୍ଦାଳ ପାଇଁ ସାରାଜୀବନ ଲଢେଇ କରିବେ । ହିନେ୍ଦାଳର ସର୍ବାଙ୍ଗୀନ ଉର୍ନ୍ନତିପାଇଁ ସାରାଜୀବନ ବିତାଇଦେବେ । ବିରୋଧୀ ମାନେ ବିକାଶର ବିରୋଧୀ ସେମାନଙ୍କ ପାଖରେ ପ୍ରସଙ୍ଗ ନାହିଁ । ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳକୁ ଓଡିଶା ବିକାଶକୁ ଏବଂ ବ୍ୟକ୍ତିତ୍ୱକୁ ଭଲ ପାଆନ୍ତି ।”