ଓଡିଶା

ବନ୍ଦ ରହିଛି ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାର, ପାଠକ ମହଲରେ ଅସନ୍ତୋଷ…

ଢେଙ୍କାନାଳ, ୩/୫ : କର୍ମଚାରୀ ଥାଇବି ଦୀର୍ଘ ଦେଢ଼ ମାସ ହେବ ବନ୍ଦ ହୋଇ ରହିଛି ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାର । ପାଠକ ମହଲରେ ଅସନ୍ତୋଷ । ୧୯୯୦ ମସିହାରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାପିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଯଥେଷ୍ଟ ସଂଖ୍ୟକ କର୍ମଚାରୀ ନଥିଲେ ମଧ୍ୟ ଜଣେ ନିୟମିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଜଣେ ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲୁଛି । ତେବେ ବିଗତ ମାର୍ଚ୍ଚ ମାସ ୧୬ତାରିଖ ଠାରୁ ଆଜି ଯାଏଁ ଏହା ସଂପୂର୍ଣ୍ଣ ବନ୍ଦ ହୋଇ ରହିଥିବାରୁ ପାଠକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏକ ପ୍ରକାରେ ପାଠକ କେନ୍ଦ୍ରରୁ ମୁହଁ ଫେରାଉ ଥିବା ଦେଖାଯାଉଛି । ଏ ପର୍ଯ୍ୟନ୍ତ ଏହାର କାରଣ ଜଣା ପଡି ନଥିଲା ମାତ୍ର ଏକ ସୂତ୍ରରୁ ଜଣା ପଡିଲା ଯେ କର୍ମଚାରୀ ଜଣକ ନିୟୋମିତ ଭାବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ନିର୍ବାହ କରୁଥିବାରୁ କେନ୍ଦ୍ରକୁ ଖୋଲା ଯାଇ ପାରୁ ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏଠାରେ ବିଭାଗ ପକ୍ଷରୁ ଜଣେ ନିୟୋମିତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ, ଜଣେ ଲାଇବ୍ରେରିଆନ୍, ଜଣେ ଅପରେଟର ଓ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ସୁବିଧାରେ କାର୍ଯ୍ୟ ସମ୍ପାଦନ ହେଉଥିଲା । ମାତ୍ର ଦୀର୍ଘ ବର୍ଷ ହେବ ଧୀରେ ଧିରେ ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ସଂଖ୍ୟା କାଣ୍ଟଛାଣ୍ଟ କରାଯିବା ଏବଂ କର୍ମଚାରୀଙ୍କ ଅବସର ଗ୍ରହଣ ସମସ୍ୟା ବଢାଇ ଦିଆଗଲା । କେନ୍ଦ୍ର ଓ ପଠାଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଥିବା ବେଳେ ଜଣେ ହିଁ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହାର ଭାଗ୍ୟ ବିଧାତା । ଏଭଳି ପରିସ୍ଥିତିରେ ସୂଚନା କେନ୍ଦ୍ର ମାସ ମାସ ଧରି ବନ୍ଦ ହୋଇ ରହିବାକୁ ନେଇ ପାଠକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ତୁରନ୍ତ ଖୋଲା ଯାଇ ନିୟମିତ କରାଇବାକୁ ଏଠାକାର ଅଧିକାଂଶ ପାଠକ ଦୃଢ଼ ଦାବି କରୁଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା