ଓଡିଶା

ନୀଳଗିରିରେ ବିଜେଡି ଦୁଇ ଫାଳ; ସୁକାନ୍ତ ଶିବିରରେ ଖୁସି ସନ୍ତୋଷ ଶିବିରରେ ନିରାଶ…

କର୍ମୀଙ୍କ କ୍ଷୋଭରେ ବିଜେଡି ପୋଷ୍ଟର ଜଳାପୋଡ଼ା
ନୀଳଗିରି, ୩/୫ : ନୀଳିଗିରି ଆସନ ପାଇଁ ବିଜେଡି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିବା ପରେ ପୁରୁଣା କର୍ମୀଙ୍କ ମଧ୍ୟରେ ଦେଖବାକୁ ମିଳିଛି ଅସନ୍ତୋଷ । ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ ଦୀର୍ଘ ପାଞ୍ଚ ବର୍ଷ ଧରି ଦଳକୁ ଚଳାଇ ଆସିଥିବା ସନ୍ତୋଷ ଖଟୁଆଙ୍କ ଶିବିରରେ ଏଭଳି ଅସନ୍ତୋଷ ଦେଖାଦେଇଛି । ବିଜେଡି ନିଜର ନୀଳଗିରି ଆସନ ପାଇଁ ନିକଟରେ ପଦ୍ମ ଛାଡି ଶଙ୍ଖ ଧରିଥିବା ପ୍ରାର୍ଥୀଙ୍କୁ ଭରସା କରିଛି । ଏହା ଜଣାପଡିବା ପରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ସନ୍ତୋଷଙ୍କ ଶୁଭେଚ୍ଛୁ ପହଞ୍ଚି ସାମ୍ବାଦିକ ସମ୍ମିଳନୀରେ ଜରିଆରେ ସନ୍ତୋଷ ଖଟୁଆ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବାକୁ ସମର୍ଥନ ଜଣାଇଛନ୍ତି । ଏହାସହ ଜିଲା ଉପସଭାପତି ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଦଳ ବେଇମାନି କରିଥିବାରୁ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିକଟକୁ ପଠାଇଛନ୍ତି ସନ୍ତୋଷ । ସେ ଇସ୍ତଫାପତ୍ର ଦେବା ଯୋଗୁଁ ପଞ୍ଚାୟତରୁ ଉର୍ଦ୍ଧ୍ୱ ଦଳର ବିଭିନ୍ନ୍ ପଦପଦବୀରେ ଥିବା କର୍ମୀ ମାନେ ମଧ୍ୟ ନିଜ ନିଜ ଇସ୍ତଫାପତ୍ର ଦେଇଛନ୍ତି । ଏପରିକି କର୍ମୀମାନେ କ୍ଷୋଭ ପ୍ରକାଶ କରି ବିଜେଡିର ବିଭିନ୍ ପୋଷ୍ଟର ବ୍ୟାନରକୁ ଚିରି ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ନବୀନ ପଟ୍ଟନାୟକ ବେଇମାନ୍, ମୁର୍ଦା ବାଦ ଆଦି ସ୍ଲୋଗାନ୍ ଦେଇଛନ୍ତି ଅସନ୍ତୋଷ କର୍ମୀ । ନୀଳଗିରିର ଦୁଇ ବିଜେଡି ଶିବିରରେ ଦୁଇ ଭିନ୍ନ ଭିନ୍ନ ମାହୋଲକୁ ନେଇ ଏବେ ରାଜନୀତି ସରଗରମ ରହିଛି । ଅପରପକ୍ଷେ ସନ୍ତୋଷ ଖଟୁଆ ଯେଉଁ ଦଳକୁ ଯିବେ ତାଙ୍କ ସମର୍ଥକ ସମୂହ ତାଙ୍କ ସହ ଦଳ ପରିବର୍ତ୍ତନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ନୀଳଗିରି ବିଜେଡି ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି ହେଉଥିବା ଦୃଷ୍ଟିଗୋଚର ହୋଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା