୪୦ ବର୍ଷ ପରେ ଲାଲ ଗଡ଼ରେ ସି.ପି.ଆଇ…

ନୀଳଗିରି, ୦୧/୫ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଅଞ୍ଚଳ କମିଟି ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଧାରଣ ବୈଠକ ବର୍ଷିଆନ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ନୀଳଗିରି ଏନ.ଏ.ସି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ବୈଠକରେ ସିପିଆଇର ଜାତୀୟ ପରିଷଦ ସଦସ୍ୟ ଆଶିଷ କାନୁନଗୋ, ରାଜ୍ୟ ସହ ସମ୍ପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର, ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ରାଜ୍ୟ କଣ୍ଟ୍ରୋଲ କମିଶନର ମାୟାଧର ନାୟକ, ରାଜ୍ୟ ପରିଷଦ ସଦସ୍ୟ ଅନାମ ପ୍ରସାଦ ବାରିକ, ଜୋନ ସମ୍ପାଦକ ବିଜୟ ସ, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠି, ସମିତି ସଭ୍ୟ ଭୋଳାନାଥ ମାଝୀ, ଆଦିବାସୀ ନେତା ଜଗନ୍ନାଥ ଟୁଡୁ, ଉତ୍କଳ ମହିଳା ସମିତି ପୂର୍ବତନ ରାଜ୍ୟ ନି୍ୱର୍ାଚନ ମଣ୍ଡଳୀ ସ୍ତରୀୟ ଦକ୍ଷ ସଦସ୍ୟ ସଦସ୍ୟା ମାନଙ୍କୁ ନିର୍ବାଚନ ଲଢ଼ିବାର କୌଶଳ ପ୍ରଦାନ କରାଯାଇଥିଲା ନୀଳଗିରି ବିଧାନସଭାର ସିପିଆଇ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦୀ କରିବା ପାଇଁ ନିଷ୍ପତି ହୋଇଥିବା ଅଜୟ କୁମାର ପଟ୍ଟନାୟକଙ୍କୁ ଜାତୀୟ ପରିଷଦ ସଦସ୍ୟ ତଥା ରାଜ୍ୟ ନେତୃତ୍ୱ ଆଶିଷ କାନୁନଗୋ ଲାଲ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟରେ ଏକ ସ୍ଥାଣୁ ସରକାର ଦୀର୍ଘ ୨୪ ବର୍ଷ ଶାସନ କରିଥିବା ବେଳେ ନୀଳଗିରିକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟପଟେ ମିଛୁଆ, ଅହଙ୍କାରୀ, ମୋଦି ସରକାରଙ୍କ ବିଫଳତା ଓ ନୀଳଗିରିରୁ କେନ୍ଦ୍ରରେ ମନ୍ତ୍ରୀ ଥାଇ ନୀଳଗିରିରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ନକରି ହାତୀ କରିଡର ନାଁରେ ଆଦିବାସୀଙ୍କୁ ଦାଦନ ଶ୍ରମିକ କରାଇ ତାଙ୍କର ପୁରୁଷାନୁକ୍ରମିକ ଜମିକୁ ଔଷଧୀୟ ବୃକ୍ଷ ରୋପଣ ନାଁରେ କମ୍ପାନୀ ହାତକୁ ଟେକି ଦେଲେ । ଏହାର ଦୃଢ ନିନ୍ଦା କରିବା ସହିତ ଏନଆରସି ଓଡିଶାରେ କରେଇ ନଦେବା ସମେତ ଆଦିବାସୀ ମୁଲିଆ ଚାଷୀ ମାନଙ୍କ ସମସ୍ୟାକୁ ତୋଳିଧରି ଗଣ ଆନ୍ଦୋଳନ କରିବା ଯୋଗୁଁ ସିପିଆଇ, ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଲଗାତାର ଭାବେ ଗଣ ଆନ୍ଦୋଳନ ଗଢି ଉଠିଥିବାରୁ ବିଧାୟକ ପ୍ରାର୍ଥୀ ଆବଶ୍ୟକ ଅଛି ବୋଲି ପରାମର୍ଶ ଦେଇଥିଲେ ।
ଏହି କର୍ମୀ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଅଜୟ କୁମାର ପଟ୍ଟନାୟକଙ୍କ ନାମ ପ୍ରକାଶ କରାଯାଇଥିଲା । ସେ ଛାତ୍ର ଜୀବନରୁ କମ୍ୟୁନିଷ୍ଟ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ପ୍ରଥମେ ସିପିଏମରେ ଯୋଗ ଦେଇଥିଲେ । ସିପିଏମ ନୀଳଗିରି ଗଣ ଆନ୍ଦୋଳନରୁ ଦୁରେଇ ଯିବାରୁ ସିପିଆଇ ସାଧାରଣ ଚାଷୀ, ମୂଳିଆ, ଶ୍ରମିକ, ମହିଳା ମାନଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ଜାରି ରଖିଥିବାରୁ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ଅଜୟ । ତେଣୁ ଅଜୟ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ସହିତ ଚାଷୀ, ମୁଲିଆ, ଭୂମିହୀନ, ଘର ଡିହ ବିହୀନ ଆଦିବାସୀ, ଦଳିତ ବର୍ଗ ପାଇଁ ଲଢେଇ ଜାରି ରଖିବେ ବୋଲି ମତ ଦେଇଛନ୍ତି । ଅଜୟ କୁମାର ପଟ୍ଟନାୟକ ଚଳିତ ନିର୍ବାଚନ ପାଇଁ ଆଗାମୀ ମେ ୮ତାରିଖ ଦିନ ସିପିଆଇ ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଘୋଷଣା କରିଛନ୍ତି ।