ଓଡିଶା ମନୋରଞ୍ଜନ

ଶହେ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର “ଦଶମ’

ଭୁବନେଶ୍ୱର : ତରୁଣ ବୟସର ପିଲାଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛି ଓଡ଼ିଆ ଚଳଚ୍ଚିତ୍ର “ଦଶମ’ । ଖୁବ କମ୍ ବୟସରୁ ନିର୍ଦ୍ଦେଶନାରେ ପାଦ ଦେଇ ଚର୍ଚ୍ଚାରେ ଥିବା ଯୁବ ସିନେ ନିର୍ଦ୍ଦେଶକ ରାଜା ଡ଼ି ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇ ମ୍ୟୁଜିକ ଭିଡିଓ ଦୁନିଆରେ ଗୋଟେ ପରିବର୍ତ୍ତନ ଆଣିବା ସହିତ ଅନେକ କଳାକାର ସୃଷ୍ଟି କରିଛନ୍ତି ରାଜା ଡ଼ି । ବର୍ତ୍ତମାନର ଡ୍ୟାନସିଂ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ, ନୀଳାକ୍ଷୀ ପାତ୍ର, ଆକାଶ ହୋତା, ଫନି ପ୍ରକାଶ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ରବି ମିଶ୍ର ପ୍ରମୁଖଙ୍କୁ କଳାକାରଙ୍କୁ ନେଇ ନିର୍ମିତ “ଦଶମ’ ଚଳଚ୍ଚିତ୍ର ପ୍ରଶଂସା ସାଉଁଟିବାରେ ଲାଗିଛି । ଅନେକ ବର୍ଷ ପରେ ପ୍ରେକ୍ଷାଳୟରେ ଶହେ ଦିନରେ ପହଞ୍ଚିଲା ସିନେମା “ଦଶମ’ । ଏ ନେଇ ପ୍ରଯୋଜକ ସଂସ୍ଥା ପକ୍ଷରୁ କେକ୍ କାଟି ଏକ ସ୍ୱତନ୍ତ୍ର ସେଲିବ୍ରେସନ କରାଯାଇଛି । ଏବଂ ଆଗାମୀ ଦିନରେ ଏହି ଚଳଚ୍ଚିତ୍ର ଆଓ ନେକ୍ସ୍ଟ ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ କରାଗଲା ବୋଲି ଘୋଷଣା କରାଯାଇଛି ।
ଦୀପକ କୁମାର ଜେନାଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ରରେ ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ । ଦଶମ ଚଳଚ୍ଚିତ୍ରରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି । ଦଶମରେ ସମୁଦାୟ ୯ ଟି ଗୀତ ରହିଛି ଏବଂ ସମସ୍ତ ଗୀତ ଗୁଡିକୁ ଲେଖିଛନ୍ତି ସିରାଜ ରଥ, ରଞ୍ଜନ, ସୌମ୍ୟ ରଞ୍ଜନ ପଣ୍ଡା, ସନ୍ଦୀପ ପଣ୍ଡା, ଜେ ପି ୱାର୍ଡସ୍ମିଥ, ରାଜେଶ ଦାସ ଏବଂ କୁମାରଶ୍ରୀ ସାହୁ । ଚଳଚ୍ଚିତ୍ରର ପ୍ରମୋସନାଲ ଗୀତକୁ ଅସୀମା ପଣ୍ଡା ଏବଂ ଅନୁଗୁଳିଆ ବଣ୍ଟି ଗାଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା