ବ୍ରେନ୍ ଏବଂ ମେରୁଦଣ୍ଡ ରୋଗର ସଫଳ ଚିକିତ୍ସା କରିବାରେ ସଫଳ କେୟାର ହସ୍ପିଟାଲ…

ଭୁବନେଶ୍ୱର : କେୟାର ହସ୍ପିଟାଲ ପକ୍ଷରୁ ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କର୍ମଶାଳାର ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରକାର ସ୍ନାୟୁରୋଗରେ ଅକ୍ରାନ୍ତ ହୋଇ କେୟାର ହସ୍ପିଟାଲରେ ସଫଳତାର ସହିତ ଚିକିତ୍ସା ହୋଇଥିବା ରୋଗୀ ଓ ତାଙ୍କ ପରିବାର ସଦସ୍ୟ ମାନେ ଭାଗ ନେଇଥିଲେ । ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଏକ ସୁସର୍ମ୍ପକ ସୃଷ୍ଟି କରିବା ଉଦେ୍ଦଶ୍ୟରେ ଆୟୋଜିତ ଏହି କର୍ମଶାଳାରେ କେୟାର ହସ୍ପିଟାଲର ବରିଷ୍ଠ ନୁ୍ୟରୋସର୍ଜନ ଡାକ୍ତର ସୁଶାନ୍ତ ଦାସ, ବରିଷ୍ଠ ନୁ୍ୟରୋସର୍ଜନ ଡାକ୍ତର ଆତ୍ମାରଞ୍ଜନ ଦାଶ ଏବଂ ବରିଷ୍ଠ ନୁ୍ୟରୋଲୋଜିଷ୍ଟ୍ ଡାକ୍ତର ମିତାଲି କର ଯୋଗ ଦେଇ ଡିସ୍ଚର୍ଚ୍ଚା ପରେ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଅବସରରେ ଡାକ୍ତର ସୁଶାନ୍ତ ଦାଶ, କେୟାର ହସ୍ପିଟାଲ୍ରେ ନିୟମିତ କରାଯାଉଥିବା ଅତ୍ୟାଧୁନିକ ବ୍ରେନ୍ ସର୍ଜରୀ, ଯେଉଁଭଳି ଆୱେକ୍ ବ୍ରେନ୍ ସର୍ଜରୀ, କମ୍ପୁ୍ୟଟର ଗାଇଡେଟ୍ ନାଭିଗେସନ୍ ବ୍ରେନ୍ ଟିମୁ୍ୟର ସର୍ଜରୀ, ବ୍ରେନ ଅନୁ୍ୟରିଜିମ୍ ସର୍ଜରୀ, ଏଣ୍ଡୋସ୍କୋପିକ୍ ବ୍ରେନ୍ ସର୍ଜରୀ ଇତ୍ୟାଦିର ସଫଳତା ବିଷୟରେ ଆଲୋଚନା କରିଥିଲେ । ସେହିଭଳି କେୟାର ହସ୍ପିଟାଲର ବରିଷ୍ଠ ନୁ୍ୟରୋସର୍ଜନ ଡାକ୍ତର ଆତ୍ମାରଞ୍ଜନ ଦାଶ ଏଣ୍ଡୋସ୍କୋପିକ୍ ବାଇପୋର୍ଟାଲ ସ୍ପାଇନ୍ ସର୍ଜରୀ, ଲେଜର ସ୍ପାଇନ୍ ସର୍ଜରୀ, ସର୍ଭାଇକାଲ୍ ଡିସ୍ ରିପ୍ଲେସମେଣ୍ଟ, ନ୍ୟାଭିଗେସନ୍ ଗାଇଡେଟ୍ ସ୍ପାଇନ୍ ସର୍ଜରୀ ଇତ୍ୟାଦି ସର୍ଜରୀ ସମ୍ପର୍କରେ ଆଲୋଚନା କରିଥିଲେ ।
କେୟାର ହସ୍ପିଟାଲର ଅଭିଜ୍ଞ ନୁ୍ୟରୋଲୋଜିଷ୍ଟ୍ ଡାକ୍ତର ମିତାଲି କର, ବ୍ରେନ୍ ଷ୍ଟ୍ରୋକ୍, ଅପସ୍ମାର ବାତ, ପାର୍କିଂସନ୍, ପାରାଲିସିସ୍ ଇତ୍ୟାଦି ରୋଗ ପାଇଁ କେୟାର ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କେୟାର ହସ୍ପିଟାଲ ଭୁବନେଶ୍ୱରର ଐଉଙଙ କିସଲେ ଆନନ୍ଦ କହିଥିଲେ ବ୍ରେନ୍ ଓ ମେରୁଦଣ୍ଡ ରୋଗର ସଫଳ ଚିକିତ୍ସା କରିବାରେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ପୂର୍ବ ଭାରତରେ କେୟାର ହସ୍ପିଟାଲ ଭୁବନେଶ୍ୱର ଶାଖାର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଆଗାମୀ ଦିନରେ ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଭଳି ଅନେକ କର୍ମଶାଳାର ଆୟୋଜନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ କେୟାର ହସ୍ପିଟାଲର ଏଭିପି ଡକ୍ଟର ଲୋକନାଥ ଦାଶ, କେୟାର ହସ୍ପିଟାଲରେ ଉପଲବ୍ଧ ୨୪ଢ୭ ଷ୍ଟ୍ରୋକ୍ ୟୁନିଟ୍ ସମ୍ପର୍କରେ ସୂଚନା ଦେବା ସହିତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ବୀମା ସହିତ ଗରିବ ଲୋକଙ୍କ ପାଇଁ ବିଏସକେୱାଇ କାର୍ଡ ମାଧ୍ୟରେ ଚିକିତ୍ସା ଉପଲବ୍ଧ ବୋଲି ସୂଚନା ଦେଇଥିଲେ ।