ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ସଲିଟେୟାରର ଶୁଭାରମ୍ଭ…

ଭୁବନେଶ୍ୱର : ହର୍ଷପ୍ରିୟା ଗ୍ରୁପ୍ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ସଂସ୍ଥା ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍ ଗ୍ରାହକଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଖଣ୍ଡଗିରି ଅଞ୍ଚଳରେ ଏକ ଐତିହାସିକ ପ୍ରକଳ୍ପ ‘ସଲିଟେୟାର’କୁ ଉନ୍ମୋଚିତ କରିଛନ୍ତି । ଏହି ପ୍ରକଳ୍ପରେ ଏକ ୨୧ ମହଲା ବିଶିଷ୍ଟ ହାଇରାଇଜ୍ ଟାୱାର ରହିଛି । ଯେଉଁଥିରେ ଅତ୍ୟାବଶ୍ୟକ କମରସିଆଲ ଏରିଆ ସହିତ ୧୯୨ଟି ଆବାସିକ ୟୁନିଟ୍ ରହିଛି । ଏହି ଟାୱାରର ୨୧ ଏବଂ ୨୨ତମ ମହଲାରେ କ୍ଲବ କ୍ରାଉନ୍ ମନୋରଞ୍ଜନ ସ୍ଥାନ ସହିତ ସୁଇମିଂ ପୁଲ୍ ଏବଂ ଖୋଲା ଆକାଶ ତଳେ ୩୦ରୁ ଅଧିକ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ରହିଛି ।