ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ…

କନ୍ଧମାଳ, ୨୯/୪ : କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି ଅବସରରେ ଓକିଲ ଦିବସ ପାଳିତ ହୋଇଯାଇଛି । ମଧୁବାବୁଙ୍କ ଜୀବନ ଚରିତ ଉକôଳର ଅର୍ଦ୍ଧଶତାବ୍ଦୀର ଇତିହାସ । କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ଏବିଏଲ୍ ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକ୍-ଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତକôାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ । ସେ କେବଳ ଉକôଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ । ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ିଶାରେ “ଓକିଲ ଦିବସ” ଭାବେ ପାଳନ କରାଯାଉଛି । ଏହି ଦିନକୁ ସ୍ୱାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି । ଏହି ଅବସରରେ ଓକିଲସଙ୍ଘ ଫୁଲବାଣୀ ପକ୍ଷରୁ ଓକିଲ ସଂଘର ସଭାପତି ନିରୋଦ କୁମାର ପାତ୍ରଙ୍କ ନେତୃତ୍ୱରେ ଓକିଲ ଦିବସ ପାଳିତ ହୋଇଯାଇଛି ।
ପ୍ରଥମେ ପୁରୁଣା କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପରେ ମଧୁସୂଦନ ପାର୍କରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ସଂଘର ସମ୍ପାଦକ କୁଞ୍ଜ ବିହାରୀ ଶତପଥୀଙ୍କ ସମେତ ରବି ନାରାୟଣ ମିଶ୍ର, ବଇଁଶୀ ଧର ମହାପାତ୍ର, ଦେବବ୍ରତ ପ୍ରଧାନ, ଅସୀମ ପ୍ରହରାଜ, ହରିଶ୍ଚନ୍ଦ୍ର ମହାରଣା, ଚନ୍ଦ୍ର ଶେଖର ମିଶ୍ର, ଶିବ ପ୍ରସାଦ ତ୍ରିପାଠୀ, ବନମାଳୀ ବେହେରା, ସିଦେ୍ଧଶ୍ୱର ଦାଶ୍, ରମେଶ ଚନ୍ଦ୍ର ମହାନ୍ତି, ସତ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଦୀପକ କୁମାର ରଥ, ସୁଧୀନ୍ଦ୍ର ସାହୁ, ଦିଲିପ ବାନାର୍ଜୀ, ନନ୍ଦିତା କୁମାରୀ, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ନମିତା ସାହୁ, ବୀଣାପାଣି ପ୍ରଧାନଙ୍କ ସମେତ ବାରର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଏକ ଆଲୋଚନା ଚକ୍ର ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଭିଜିଲାନ୍ସ ବିଚାରପତି ଶ୍ରୀ ସମର ବିଳାସ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଜିଏ ଓଡିଶା ଉଚ୍ଚ ନ୍ୟାୟାଳୟର ସମ୍ମାନୀତ ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ ।
ସେହିପରି ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ମିଡିଆ ଗ୍ରୁପ ଏଡ଼ିଟର ଶ୍ରୀ ସନ୍ଦୀପ ମିଶ୍ର ଯୋଗ ଦେଇ ଓକିଲ ମାନଙ୍କ ବିଭିନ୍ନ ସମସ୍ୟା ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ପରେ ବିଦ୍ୟାଳୟସ୍ତରରେ ହୋଇଥିବା କନିଷ୍ଠ ବର୍ଗ ଓ ବରିଷ୍ଠ ବର୍ଗର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।