ଚାନ୍ଦି ଭଣ୍ଡାରରେ ଅକ୍ଷୟ ତୃତୀୟା ସେଲିବ୍ରେସନ୍…

ରୁପା ଗହଣା, ଆର୍ଟିଫାକ୍ଟ ଗଢ଼ା ମଜୁରିରେ ୫୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର : ଚାନ୍ଦି ଭଣ୍ଡାର ନେଇଆସିଛି ଅକ୍ଷୟ ତୃତୀୟା ସେଲିବ୍ରେସନ୍ । ଏଥିଲାଗି ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ରୁପା ଗହଣାର ଏକ୍ସକ୍ଲୁସିଭ୍ ଷ୍ଟୋର ‘ଚାନ୍ଦି ଭଣ୍ଡାର’ ଆଣିଛି ସ୍ୱତନ୍ତ୍ର ଅଫର । ଏହା ଅନ୍ତର୍ଗତ ଗ୍ରାହକ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏ ଅଫର ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମେ’ ୧୦ ଯାଏ ଚାଲିବ ।
ଚାନ୍ଦି ଭଣ୍ଡାରରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପୂଜା ବାସନଠାରୁ ଆରମ୍ଭ କରି ଫାଇନ୍ ଡିନର୍ୱେର୍ ଓ ଆକର୍ଷଣୀୟ ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ । ପ୍ରତ୍ୟେକ ପିସ୍ କାଳଜୟୀ ଚମକ୍ରାରିତା ଏବଂ ଅତୁଳନୀୟ କାରିଗରୀକୁ ପ୍ରଽର୍ଶିତ କରିଥାଏ । ଏହି ଅକ୍ଷୟ ତୃତୀୟାରେ ଗ୍ରାହକ ଚାନ୍ଦି ଭଣ୍ଡାରରେ ୯୨.୫% ଶୁଦ୍ଧ ଷ୍ଟର୍ଲିଙ୍ଗ୍ ରୁପାରେ ପ୍ରସ୍ତୁତ ହଲ୍ମାର୍କ ବାସନ ଏବଂ ଆସେସରିଜ୍ର ବିଶାଳ ସମ୍ଭାର ପାଇପାରିବେ । ପ୍ରତ୍ୟେକ ଆବଶ୍ୟକତା ଏବଂ ଉତ୍ସବକୁ ଦୃଷ୍ଟିରେ ରଖି ଷ୍ଟୋରରେ ଭଳିକି ଭଳି କଲେକ୍ସନ ଉପଲବ୍ଧ କରାଯାଇଥାଏ । ସେ ଆଧ୍ୟାତ୍ମିକ ହେଉ କିମ୍ବା ଅନ୍ୟ କୌଣସି ଉତ୍ସବ ପ୍ରତି ଅବସର ପାଇଁ ଚାନ୍ଦି ଭଣ୍ଡାରରେ ଉପଯୁକ୍ତ କଲେକ୍ସନ ରହିଛି ।
ଏ ଅବସରରେ ଚାନ୍ଦି ଭଣ୍ଡାରର ନିଦେ୍ର୍ଦଶିକା ଲିପ୍ସା ହଂସ କହିଛନ୍ତି, ଚାନ୍ଦି ଭଣ୍ଡାରରେ ଆମେ ପାରିବାରିକ ମୂଲ୍ୟବୋଧକୁ ସମ୍ମାନ ଦେଇଥାଉ । ବାସ୍ତବତାକୁ ପ୍ରାଧାନ୍ୟ ଦେଇ ଆମେ ଆଗକୁ ବଢ଼ିଚାଲିଛୁ, ଯାହାକି ଆମକୁ ନୂଆ ଶିଖର ଚଢ଼ିବାକୁ ତଥା ଯାହା ଜୀବନ ଦେଇଛି, ତାହାକୁ ପାଳନ କରିବାକୁ ସକ୍ଷମ କରୁଛି । ଆମର କଲେକ୍ସନଗୁଡ଼ିକ ଆଧୁନିକ ଟ୍ରେଣ୍ଡର ପ୍ରତିରୂପ ହେବା ସହିତ ସମୃଦ୍ଧ ପରମ୍ପରା ସହ ଗଭୀର ଭାବେ ଜଡ଼ିତ, ଯାହା ଆମର ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରତିଫଳିତ କରୁଛି ।