ଓଡିଶା

ହିନ୍ଦୋଳରେ ବିଜେପିରୁ ସୀମାରାଣୀ ! ମହେଶ ସାହୁଙ୍କୁ ମାତ୍ ଦେବେ କି ସୀମାରାଣୀ !

ହିନ୍ଦୋଳ, ୨୭/୪ : ଢେଙ୍କାନାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ହିନ୍ଦୋଳ ବିଧାନସଭା ନିର୍ବାନମଣ୍ଡଳୀ ଏବେ ଚର୍ଚ୍ଚାରେ । ଏହି ଆସନରୁ ଦୀର୍ଘ ୧୦ ବର୍ଷ ଧରି ବିଧାୟିକା ସୀମାରାଣୀ ନାୟକ ଚଳିତ ଥର ବିଜେଡି ଟିକେଟରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ସେ ନିଜର ଦୁଃଖ ପ୍ରକାଶ କରିବା ସହିତ ପଦ୍ମ ଶିବିରରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଯାହାକୁ ନେଇ ଏବେ ହିନ୍ଦୋଳ ରାଜନୀତି ହଟ୍ଟଚମଟ ହୋଇ ଉଠିଛି । ବିଭିନ୍ନ ଅଞ୍ଚଳରେ ଦଳୀୟ ସମର୍ଥକ ଓ ଭୋଟରଙ୍କ ମୁହଁରୁ ନାନା କଥା ଶୁଣା ଯାଉଛି । ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡି ସୁପ୍ରିମ ତାଙ୍କୁ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ପ୍ରଦାନ୍ କରିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ବିଧାୟିକା ସୀମାରାଣି ନିଜର କେତେକ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପି ଶିବିରରେ ଆନୁଷ୍ଠାନିକ ଭାବେ ଯୋଗଦାନ କଲେ । ବିଜେପି ଏଯାବତ୍ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଶୁଣା ଯାଉଛି ଯେ, ବିଜେପି ଟିକେଟରେ ହାତେଇ ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁଙ୍କୁ ମାତ ଦେବେ ସୀମାରାଣୀ । ସୀମାରାଣିଙ୍କ ସମେତ ଟିକେଟ ଲବିରେ ଆହୁରି ୪ ଜଣ ମହିଳା ଆଶାୟୀଙ୍କ ନାଁ ଶୁଣା ଯାଉଥିବା ବେଳେ ପୁରୁଷ ପ୍ରାର୍ଥୀ ଭାବେ ଦୁଇ ଜଣଙ୍କ ନାମ ଆଲୋଚନା ହେଉଛି । ବିଧାୟିକା ସୀମାରାଣି ବିଗତ ୧୦ ବର୍ଷ ଧରି ହିନେ୍ଦାଳ ବିଧାୟିକା ରହି ଆସିଥିବା ବେଳେ ନିଜର ଅଭିଜ୍ଞତା, ସମର୍ଥନ, କାର୍ଯ୍ୟକ୍ରମ ଓ ପୁରୁଣା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ବିଭିନ୍ନ ଅଞ୍ଚଳରୁ ବିଜେପି ଦଳ ପାଇଁ ପ୍ରାର୍ଥିନୀ ଭାବେ ଛିଡ଼ା ହୋଇ ଭୋଟ ଅକ୍ତିଆର କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ଶୁଣା ଯାଉଛି ।

ଲୋକସଭା ସାଂସଦ ମହେଶ ସାହୁ ଏଥର ସିମାରାଣୀଙ୍କୁ ହଟାଇ ହିନ୍ଦୋଳ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଦଳ ପକ୍ଷରୁ ଟିକେଟ ପାଇଥିଲେ ହେଁ ତାଙ୍କ ପାଇଁ ୨୦୨୪ ନିର୍ବାଚନ ଏକ ଚ୍ୟାଲେଞ୍ଜ ଭଳି ଛିଡା ହୋଇଛି । ବିଧାୟକ ପ୍ରାର୍ଥୀ ଭାବେ ନୂଆଁ ମୁଁହ ହୋଇଥିବାରୁ ଗାଁ ଗହଳିରେ ଭୋଟରମାନଙ୍କ କ୍ଷେତ୍ରରେ ଭୋଟଦାନ ନିମନ୍ତେ ଚୁଡାନ୍ତ ନିଷ୍ପତି ନେବା କଷ୍ଟକର ହୋଇପଡ଼ିବ । ଗାଁ ଗାଁ ରେ ବୁଲି ଭୋଟର ଓ ସମର୍ଥକଙ୍କୁ ମନେଇବାକୁ ହେଲେ ମହେଶଙ୍କୁ ତୃଣମୂଳ ସ୍ତରରେ ବିଜେଡି କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ଲଢ଼ିବାକୁ ପଡ଼ିବ ବୋଲି ଅଞ୍ଚଳର ଅନେକ ବ୍ୟୟଜ୍ୟେଷ୍ଠ, ରାଜନୀତିକ ବିଶାରଦ ଓ ପୂର୍ବତନ ଦଳୀୟ କାର୍ଯ୍ୟକର୍ତ୍ତା ମତ ପୋଷଣ କରିଛନ୍ତି । ସେପଟେ କଂଗ୍ରେସ ଦଳ ଯୁବ ସମାଜ ସେବୀ ଗୋବର୍ଦ୍ଧନ ଶେଖର ନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପି କାହା ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ ଘୋଷଣା କରୁଛି ଦେଖିବାକୁ ବାକି ରହିଛି । ସୂଚନାଯୋଗ୍ୟ ଯେ ହିନ୍ଦୋଳ ବିଧାନସଭା କ୍ଷେତ୍ର ହିନ୍ଦୋଳ ବ୍ଲକର ୩୫ଗୋଟି ପଞ୍ଚାୟତ, ଓଡ଼ାପଡ଼ା ବ୍ଲକର ୨୮ଗୋଟି ପଞ୍ଚାୟତ ଓ ହିନ୍ଦୋଳ ଏନ୍ଏସିକୁ ନେଇ ଗଠିତ, ଚଳିତ ଥର ସମୁଦାୟ ୨ ଲକ୍ଷ ୬୨ ହଜାର ୩୩୯ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ରିପୋର୍ଟ : ହିନ୍ଦୋଳରୁ ସୁଜିତ୍ କୁମାର ବେହେରା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା