ଓଡିଶା

ପ୍ରବଳ ଗ୍ରୀଷ୍ମ ତାପ, ସନ୍ଧ୍ୟାରେ ଚାଲିଛି ପ୍ରଚାର…

ବେଲସୁନ୍ଦରୀରେ ପ୍ରଚାର ମୈଦାନକୁ ଓଲ୍ଲାଇଲେ ଘସିପୁରା ବିଜେଡି ପ୍ରାର୍ôଥ ବଦ୍ରି ପାତ୍ର
ଘସିପୁରା, ୨୫/୦୪ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପ୍ରଚାରର ତରିକା ବଦଳିଛି । ସେହି କ୍ରମରେ ଘସିପୁରା ବିଜେଡି ବିଧାୟକ ପ୍ରାର୍ôଥ ବଦ୍ରି ନାରାୟଣ ପାତ୍ର ଗତ ବୁଧବାର ସନ୍ଧ୍ୟାରେ ବେଲସୁନ୍ଦରୀ ଗ୍ରାମରେ ପହଞ୍ଚି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଗାଁର ବୟଜ୍ୟେଷ୍ଠ ମୂରବୀ ଦିଗମ୍ବର ସାହୁଙ୍କ ସଭାପତିତ୍ୱରେ ଶତାଧିକ ଗ୍ରାମବାସୀ ହନୁମାନ ପଡିଆରେ ଏକତ୍ରିତ ହୋଇ ବିଧାୟକ ପ୍ରାର୍ôଥ ବଦ୍ରି ପାତ୍ରଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ଘରେ ଘରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଗାଁ ମୂରବୀ ବଳରାମ ସ୍ୱାଇଁ, ଘନଶ୍ୟାମ ସାହୁ, ଦୁର୍ଯୋଧନ ସାହୁ, ରଘୁନାଥ ସାହୁ, ଶିଶିର ସ୍ୱାଇଁ, ଅରୁଣ ସାହୁ, ଗାଁ କମିଟି ସମ୍ପାଦକ ନିରଂଜନ ମଲ୍ଲିକ, ଚଗୁଲ ଓଝା, ପ୍ରଫୁଲ୍ଲ ପରିଡା, ବିଶ୍ୱଜିତ କର, ପୂର୍ଣ୍ଣଚନ୍ଦ୍ର ସାହୁ, ବାପି ଓଝା, ଲମ୍ବୋଦର ମଲ୍ଲିକ, ଦିଲ୍ଲିପ ସ୍ୱାଇଁ, ନିତ୍ୟାନନ୍ଦ ନାୟକ, ପ୍ରଭାତ କୁମାର ବରାଳ, ସୁଶାନ୍ତ ରାଉତ, ରବିନ୍ଦ୍ର ସ୍ୱାଇଁ, ସୁବ୍ରତ ବରାଳ, ପ୍ରଭାତ ସାମଲଙ୍କ ସମେତ ଅଳତି ପଞ୍ଚାୟତର ଅନେକ ବରିଷ୍ଠ କାର୍ଯ୍‌ଯକର୍ତ୍ତା ଯୋଗ ଦେଇ ଶଙ୍ଖ ଚିହ୍ନରେ ବିଧାୟକ ଏବଂ ସାଂସଦ ପ୍ରାର୍ôଥଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା