ଓଡିଶା

ନୀଳଗିରି ବିକାଶର ସାରଥୀ ସୁକାନ୍ତ ନାୟକ…

ନୀଳଗିରି, ୨୫/୦୪ : ବିଜେଡିର ଦକ୍ଷ ସଂଗଠକ ହେଉଛନ୍ତି ସୁକାନ୍ତ । ଦିନେ ବିକାଶ ପାଇଁ ଦଳ ଛାଡିଥିଲେ, ଏବେ ପୁଣି ଦଳରେ ସଂଗଠିତ ହୋଇ ନୀଳଗିରିର ବିକାଶର ସାରଥୀ ସାଜୁଛନ୍ତି ସୁକାନ୍ତ । ନୀଳଗିରି ରାଜନୀତିର ପୋଖତ ଖେଳାଳୀ ସୁକାନ୍ତ ନାୟକ ବିଜେଡ଼ି ଟିକେଟ ହାତେଇବା ଚର୍ଚ୍ଚା ଜୋର ଧରିଛି । ୨୦୧୪ରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ । ତେବେ ଦଳରେ କିଛିଟା ମନମାଳିନ୍ୟ କାରଣରୁ ୨୦୧୯ରେ ଦଳ ଛାଡି ସେ ବିଜେପିରେ ଯୋଗ ଦେଇ ପୁନଃ ପ୍ରାର୍ଥୀ ହୋଇଥିଲେ । ବିଜେପିରୁ ବିଧାୟକ ହୋଇ ଗତ ୫ ବର୍ଷରେ ନୀଳଗିରିରେ ଯେତିକି ବିକାଶ କରିବା କଥା ସେଥିରେ ଊଣା ହେବାରୁ ନିକଟରେ ପୁଣି ଘର ବାହୁଡିଛନ୍ତି ସୁକାନ୍ତ । ନିଜ ଦଳକୁ ଆସି ସଂଗଠନକୁ ସୁଦୃଢ କରିବାରେ ଲାଗିପଡିଛନ୍ତି ସେ । ଅପରପକ୍ଷେ କିଛି କର୍ମୀ ଏହାକୁ ବିରୋଧ କରୁଥିବାବେଳେ ଅଧିକା କର୍ମୀ ଅନ୍ୟ ଦଳଛାଡି ସୁକାନ୍ତଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି ।

ବିଜେଡିର ଜଣେ କର୍ମଠ ସଂଗ୍ରାମୀ ହେଉଛନ୍ତି ସୁକାନ୍ତ ନାୟକ । ମେଧାବୀ ଛାତ୍ର ସୁକାନ୍ତ ଛାତ୍ର ଜୀବନରୁ ହିଁ ସମାଜସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିଛନ୍ତି । ଅନେକ ସମୟରେ ସୁକାନ୍ତ ଲୁଚିଛପି ନିଜ ପାଠପଢା ଖର୍ଚ୍ଚରୁ ଅସହାୟ ଲୋକଙ୍କୁ ବିନା ଦ୍ୱିଧାରେ ସାହାଯ୍ୟ କରିଥିବାର ନଜିର ରହିଛି । ଜଣେ ଯୁବ ଇଞ୍ଜିନିୟର ଭାବେ ଚାକିରୀ ପଛରେ ପଡି ନ ଥିଲେ ସୁକାନ୍ତ । ପଞ୍ଚାୟତର ସର୍ବାଙ୍ଗ ଉନ୍ନତି ନିମନ୍ତେ ସେ ୧୯୯୨ରୁ ୧୯୯୪ପର୍ଯ୍ୟନ୍ତ ନୀଳଗିରି ବ୍ଳକର କାଂସ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଲୋକଙ୍କର ସେବା କରିଥିଲେ । ସେତେବେଳେ ସେ ନୀଳଗିରି ବ୍ଲକ୍ ଅଧକ୍ଷ ପଦ ପାଇଁ ମଧ୍ୟ ପ୍ରତିଦ୍ୱନ୍ଦିତା କରିଥିଲେ । ପରେ ୧୯୯୪ମସିହାରେ ଯୁବ ଇଞ୍ଜିନିୟର ଭାବରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଯୋଗଦେଇ ଚାକିରୀ ଜୀବନ ଆରମ୍ଭ କରିଥିଲେ । ମାତ୍ର ଗରିବ, ଦୁଃଖୀ, ଅସହାୟ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ୨୦୧୪ମସିହାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ଜନସେବାକୁ ଆପଣେଇ ନେଇଥିଲେ । ସରକାରୀ ଚାକିରୀରେ ଥିବା ସମୟରେ ବିଜେଡି ସଂଗଠନକୁ ସୁଦୃଢ କରିବାରେ ସେ ସମୟ ବିତାଇବା ସହ ନେତା ମନ୍ତ୍ରୀଙ୍କ ରାଲି ମାନଙ୍କରେ ଆଗରେ ରହି ସ୍ଲୋଗାନମାନ ଦେଇ ଗଣମାଧ୍ୟମ ଦ୍ୱାରା ଚର୍ଚିତ ହୋଇଥିଲେ ।

ଖାଲି ଏତିକି ନୁହେଁ ସେ ଛାତ୍ରଜୀବନରୁ ବିଜୁବାବୁଙ୍କ ନୀତି ଆଦର୍ଶକୁ ଅନୁସରଣ କରିଥିଲେ । କୃଷିର ବିକାଶ ପାଇଁ ସଂଗ୍ରାମପୁରରେ ଗଢି ଉଠିଥିବା ଆଂଚଳିକ ବିକାଶ ପରିଷଦ କାର୍ଯ୍ୟାଳୟକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହେଲିକାପ୍ଟର ଯୋଗେ ଆସିଥିଲେ । ସେଦିନ ବିଜୁବାବୁ, ସୁକାନ୍ତ ନାୟକଙ୍କ ପିଠିରେ ହାତମାରି କହିଥିବା କଥା ଅନୁସାରେ ରାଜନୀତି ଆରମ୍ଭ କରିଥିଲେ ସୁକାନ୍ତ । ରାଜନୈତିକ କାର୍ଯ୍ୟରେ ନିୟୋଜିତ ଥିବାସମୟରେ ଚାକିରି କଲେ । ହେଲେ ମନ ଚାକିରିରେ ଲାଗୁନଥାଏ । ଲୋକଙ୍କ ସେବା କରିବା ପାଇଁ ପ୍ରତି ରବିବାର ବିଭିନ୍ ଗ୍ରାମକୁ ଆସିଥାନ୍ତି ସେ । ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ ସବୁବେଳେ ମେଣ୍ଟରେ ପ୍ରାର୍ଥୀ ଦିଆଯାଉଥିଲା । ୨୦୧୪ ମସିହାରେ ସରକାରୀ ଚାକିରିରେ ଥାଇ ପ୍ରମିଳା ମଲ୍ଲିକଙ୍କ ସ୍ୱାଗତ୍ ସମ୍ବର୍ଦ୍ଧନା ରାଲିରେ ଆଗଧାଡ଼ିର କର୍ମୀ ସାଜି ନାରା ଦେଇ ଗଣମାଧ୍ୟମରେ ଚର୍ଚିତ ହୋଇଥିଲେ ସୁକାନ୍ତ । ଭିନ୍ନ ସମୟରେ ଚର୍ଚ୍ଚିତ ହୋଇ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଶେଷରେ ଚାକିରୀ ଛାଡ଼ିବା ପରେ ୨୦୧୪ ମସିହାରେ ବିଜେଡ଼ି ଦଳରେ ସାମିଲ ହୋଇଥିଲେ ସୁକାନ୍ତ । ଚାକିରୀ କରିଥିବା ସମୟରେ ନିର୍ବାଚନ ମଣ୍ଡଳୀର ଲୋକଙ୍କର ସେବା କରିବା ସହିତ ବିଜେଡ଼ି ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ସେ । ବିଜେପି ବିଜେଡ଼ି ମେଣ୍ଟରେ ସେତେବେଳେ ଓଡ଼ିଶାଭରେ ଶାସନ ଚାଲିଥିବା ବେଳେ ବିଜେପି ଦଳକୁ ନୀଳଗିରିର ଗଡ କୁହାଯାଉଥିଲା । ମେଣ୍ଟରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବାରୁ ବିଜେଡ଼ି ସଂଗଠନ ନୀଳଗିରିରେ ଦୁର୍ବଳ ଥିଲା । ମାତ୍ର ମେଣ୍ଟ ଭାଙ୍ଗିବା ପରେ ୨୦୧୪ରେ ପ୍ରଥମ ଥର ପାଇଁ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରି ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମହିଳା ପ୍ରାର୍ଥୀ ସୁଷମା ବିଶ୍ୱାଳଙ୍କୁ ୧୩ହଜାର ୭ଶହ ଖଣ୍ଡ ଭୋଟରେ ପରାଜିତ କରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରିୟତା ଦର୍ଶାଇଥିଲେ ।

ଏହାପରଠାରୁ ନୀଳଗିରିରେ ବିକାଶର ଧାରା ବୁହାଇଚାଲିଛନ୍ତି ସୁକାନ୍ତ । ସୁକାନ୍ତ ପ୍ରତି ଜନତାଙ୍କ ସମର୍ଥନ ତାଙ୍କୁ ଅନେକ ପ୍ରେରଣା ପ୍ରଦାନ କରିଛି । ଚଳିତ ନିର୍ବାଚନ ପାଇଁ ନୀଳଗିରି ଆସନରୁ ବିଜେଡି ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଆସନ ପାଇଁ ସୁକାନ୍ତ ଆଶାୟୀ ଥିବାବେଳେ, ଯଦି ଏଥର ବିଜେଡି ସୁକାନ୍ତଙ୍କୁ ଟିକେଟ୍ ଦିଏ ତେବେ ସେ ନୀଳଗିରିବାସୀଙ୍କ ସହେଯାଗରେ ନିଶ୍ଚିନ୍ତ ଜୟଯୁକ୍ତ ହେବେ ବୋଲି କହିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା