ଓଡିଶା

ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଜନ ସାଧାରଣଙ୍କୁ ଦହିପଣା ବଣ୍ଟନ..

ଭୁବନେଶ୍ୱର : ଜନ ସାଧାରଣଙ୍କୁ ଦହିପଣା ବଣ୍ଟନ କଲେ ସ୍ବେଚ୍ଛାସେବୀ ସଂଗଠନ । ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ପରିବାର ତରଫରୁ ଜନ ସାଧାରଣଙ୍କୁ ଦହିପଣା ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା ସୁଦେଷ୍ନା ପୃଷ୍ଟି, ସମ୍ପାଦିକା ପ୍ରଜ୍ଞାପରିମିତା ପ୍ରଧାନଙ୍କ ସମେତ ରମେଶ ଚନ୍ଦ୍ର ନାୟକ, ଅଶୋକ ଖଟୁଆ, ତ୍ରିନାଥ ନାୟକ, ଆଶୁତୋଷ ପୃଷ୍ଟି, ବାସୁଦେବ ସେଠି, ରାକେଶ ରାଉତରାଏ, ଜେ କେ ପ୍ରଧାନ, ରଶ୍ମିଲତା ବଳ, ଶ୍ରଦ୍ଧାଞ୍ଜଳୀ ଦାସ ପ୍ରମୁଖ ଯୋଗଦେଇ ଦହିପଣା ବଣ୍ଟନରେ ସହଯୋଗ କରିଥିଲେ l ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ଲୋକଙ୍କୁ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ଦହିପଣା ବଣ୍ଟନ କରାଯାଉଥିବାରୁ ଏ ନେଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଅଞ୍ଚଳବାସୀ l

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା