ଓଡିଶା

ମାହାଙ୍ଗା ଚଡେଇପୁଟିଆ ଗାଁ’କୁ ନାହିଁ ପକ୍କା ସଡ଼କ, ପିଇବା ପାଣି । ଚଳିତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି…

ସାଲେପୁର, ୨୩/୪ : ଭୋଟ ବେଳ ଆସିଲେ ନେତାଙ୍କୁ ସାବାଡ଼କରିବାକୁ ଭୋଟର ଏବେ ସଚେତନ ହେଲେଣି । ନିର୍ବାଚନ ବେଳେ ନେତାଙ୍କ ପକ୍ଷରୁ ମିଳୁଥିବା ଗଦା ଗଦା ମିଥ୍ୟା ପ୍ରତିଶୃତିକୁ ଭରସା କରି ଭୋଟ ଦେବା ସମ୍ଭବ ନୁହେଁ ବୋଲି ବୁଝି ସାରିଲେଣି ଗ୍ରାମବାସୀ । ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ନାଁ ଅଛି ପକ୍କା ରାସ୍ତା, ନାଁ ମିଳୁଛି ପିଇବା ପାଣି । ଏହାର ପ୍ରତିବାଦରେ ଏଥର ଭୋଟ ବର୍ଜ୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗାଁର ମହିଳା ଓ ପୁରୁଷ । କେବଳ ସେତିକି ନୁହେଁ, କୌଣସି ନେତାଙ୍କୁ ଗାଁ ଭିତରକୁ ପ୍ରଚାର ପାଇଁ ପ୍ରବେଶ କରିବା ମନା ବୋଲି ବ୍ୟାନର ମାରି ସତର୍କ କରେଇ ଦେବାକୁ ମଧ୍ୟ ସେମାନେ ଭୁଲି ନାହାନ୍ତି । ଏହି ଘଟଣା ହେଉଛି ବହୁ ଚର୍ଚିତ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର । ଏହି ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିବା ବିଧାୟକ ବିଭାଗୀୟ ମନ୍ତ୍ରୀ ହୋଇଥିବା ବେଳେ, କିପରି ଅଣଦେଖା ହୋଇଗଲା ଏହି ଗାଁ ? ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉଠିଛି ବହୁ ପ୍ରଶ୍ନ !
ଆଶ୍ଚର୍ଯ୍ୟର କଥା ଏହି ନିର୍ବାଚନ ମଣ୍ଡଳୀର ବ୍ଲକ ସଦର ମହକୁମା ଶ୍ରୀକୃଷ୍ଣପୁର ପଞ୍ଚାୟତ ସବୁ କ୍ଷେତ୍ରରେ ଅବହେଳିତ ବୋଲି ଅଭିଯୋଗ ହୋଇଛି । ଅଡମ ମହେଶପୁର ରାଜସ୍ୱ ଗ୍ରାମର ଏକ ପଡା ଗାଁ ହେଉଛି ଚଡେଇପୁଟିଆ ଗାଁ । ବିକାଶ କଣ ଏମାନେ ଜାଣନ୍ତି ନାହିଁ । ଗାଁର ୧,୨ ଏବଂ ୫ ନମ୍ବର ୱାର୍ଡରେ ପିଇବା ପାଣି ମୁନେ୍ଦ ଏପର୍ଯ୍ୟନ୍ତ ପହଂଚି ପାରିଲାନାହିଁ । ମାଟି ରାସ୍ତାରେ ଏମାନେ ଆଗରୁ ଚାଲୁଥିଲେ ଆଉ ଆଜିବି ଚାଲୁଛନ୍ତି । କୁଆଁପାଳଠାରୁ ଚଡେଇ ପୁଟିଆ ଦଳିତ ବସ୍ତି ଏବଂ ଚଡେଇ ପୁଟିଆରୁ ମାଳି ହତା ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନଥିବାରୁ, ଗାଁ ଭିତରକୁ କେବଳ ଟ୍ରଲି ଛଡା କୌଣସି ଗାଡି ଯାଇପାରୁନି । ଆମ୍ବୁଲାନ୍ସ କିମ୍ବା ନିଆଁ ଲିଭା ଫାୟାର ଗାଡି ଯିବା ଏଠି କଷ୍ଟକର । ସରପଞ୍ଚଙ୍କଠାରୁ ବିଡ଼ିଓ, ଜିଲ୍ଲାପାଳ, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏମାନେ ଗୁହାରି କରିଥିଲେ ମଧ୍ୟ ଫଳ ମିଳିନାହିଁ । ସେଥିପାଇଁ ହାତରେ ଠେଙ୍ଗା ଧରି ଗାଁ ମୁଣ୍ଡ ଜଗିଲେଣି ମହିଳା ଓ ପୁରୁଷ । ଦେଖିବାକୁ ବାକି ରହିଲା ଗ୍ରାମବାସୀଙ୍କ ଏଭଳି ପ୍ରତିବାଦ କିଭଳି ପ୍ରଭାବ ପକାଉଛି ସ୍ଥାନୀୟ ପ୍ରଶାସନ ଉପରେ ଆଉ କେବେ ବଦଳୁଛି ଏହି ଗାଁର ଚିତ୍ର ।

ସାଲେପୁରରୁ ଅଭୟ ଜେନା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା