ଓଡିଶା

ଅମର ଶତପଥୀଙ୍କୁ କାହିଁକି ଭରଷା କଲାନି ବିଜେଡି ?

ଚଳିତ ନିର୍ବାଚନରେ ବିଜେଡିର ଷ୍ଟ୍ରାଟେଜୀକୁ ବୁଝି ପାରୁନାହାନ୍ତି ବିରୋଧୀ । ଦଳରେ ବଢୁଥିବା ଅସନ୍ତୋଷର ବହ୍ନି ଏବେ ଦଳକୁ ଚିନ୍ତାରେ ପକାଇଛି । ଫଳସ୍ୱରୂପ ଏଯାବତ୍ ସମସ୍ତ ବିଧାନସଭା ଆସନରୁ ପ୍ରାର୍ଥୀ ଦେଇପାରୁନି ୨୪ ବର୍ଷର ଶାସକ ଦଳ । କେଉଁଠି ସ୍ୱାମୀ ଅଯୋଗ୍ୟ ମାତ୍ର ପତ୍ନୀଙ୍କୁ ଭରଷା କରି ଦଳ ଟିକେଟ୍ ଦେଇଛି । ଆଉ କେଉଁଠି ବାପା ଅଯୋଗ୍ୟ ମାତ୍ର ପୁଅ ଯୋଗ୍ୟ, ପୁଣି ମା ଅଯୋଗ୍ୟ କିନ୍ତୁ ଝିଅ ଯୋଗ୍ୟ । ବିଜେଡିର ଏଭଳି ଟ୍ରେଣ୍ଡ ଆଗାମୀ ଭବିଷ୍ୟତର ପିଢି ପାଇଁ କି ସନେ୍ଦଶ ପ୍ରଦାନ କରିବ ତାକୁ ନେଇ ଦ୍ୱନ୍ଦ । ଅନେକ ସ୍ଥାନରେ ଦଳ ପୁରୁଣା କର୍ମୀ ଏବଂ ନେତାଙ୍କୁ ଛାଡି ନୂଆ ଚେହେରା ଉପରେ ଭରଷା କରିଛି ।
ଯାଜପୁରର ବଡଚଣା ବିଧାନସଭା କ୍ଷେତ୍ର ସବୁବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଏଥରର ପ୍ରାର୍ଥୀଙ୍କୁ ନେଇ ରାଜନୈତିକ ଉଷ୍ମତା ହଇଚଇ ସୃଷ୍ଟି କରିଛି । ଗତ ୧୮ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଥିବା ବର୍ଷାଙ୍କ ଉପରେ ଦଳ ଗୁରୁଦାୟିତ୍ୱ ଦେଇଛି । ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବଡଚଣାରେ ବର୍ଷାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ବିଜେପିର ଅମର ନାୟକ । ଗତ ୨୦୧୯ ନିର୍ବାଚନରେ ଅମର ନାୟକ ବିଜେଡିର ଅମର ଶତପଥୀଙ୍କଠାରୁ ମାତ୍ର ୧ ହଜାର ୪୮୫ ଭୋଟରେ ପରାସ୍ତ ହୋଇଥିଲେ । ତେବେ ଏଥର ଅମର ନାୟକ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ଜନତାଙ୍କ ଭରଷା ସାଉଁଟିବାରେ ସକ୍ଷମ ଥିବା କହିଛନ୍ତି । ସେପଟେ ୬ ଥରର ବିଜୟୀ ଅମର ଶତପଥୀଙ୍କ ଉପରେ ଭରଷା କରିପାରିନି ଦଳ, ତେଣୁ ଏଥର ତାଙ୍କ ଟିକେଟ୍ କଟିଛି । ଅମର ଶତପଥୀ ଚଲିତ ନିର୍ବାଚନରେ ନିଜ ପୁଅକୁ ସେହି ଆସନରୁ ପ୍ରାର୍ଥୀ କରିବା ପାଇଁ ଲବିରେ ଥିଲେ । ଅପରପକ୍ଷେ ବଡଚଣା ବିଧାନସଭା କ୍ଷେତ୍ର ପାଇଁ ଜନ୍ମଜେୟ ଲେଙ୍କା, ନିକଟରେ ଜାତୀୟ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ୍ ନାରାୟଣ ମହାପାତ୍ର ମଧ୍ୟ ଆଶାୟୀ ଥିଲେ ! ତେବେ ବର୍ଷା ଚଳିତ ନିର୍ବାଚନୀ ବୈତରଣୀରେ କେତେଦୂର ସଫଳତା ହାସଲ କରିବେ ତାହା ଫଳାଫଳ କହିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା