ଓଡିଶା

ବିଜୁଜନତା ଦଳ ପକ୍ଷରୁ ବିଜୁ ଶ୍ରାଦ୍ଧ ଦିବସ ପାଳିତ

ନୀଳଗିରି, ୧୮/୪ : ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୭ ତମ ଶ୍ରାଦ୍ଧତ୍ସୋବ ବିଜୁଜନତା ଦଳ ପକ୍ଷରୁ ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପରେ ବିଜୁଜନତା ଉପସଭାପତି ସନ୍ତୋଷ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ସଂକରାଖୁଣ୍ଟା ପୋଖରାରେ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପରେ ଜଗନ୍ନାଥ ମନ୍ଦିରରେ ମା ଲକ୍ଷ୍ମୀ ମନ୍ଦିରରେ ପୂଜା ଅର୍ଚନା କରାଯାଇଥିଲା । ପରେ ବାଇପାସ୍ ସ୍ଥିତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଏନ୍ଏସି କଲ୍ୟାଣ ମଣ୍ଡପରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଦଳର ଜିଲା ଉପସଭାପତି ସନ୍ତୋଷ ଖଟୁଆଙ୍କ ଅଧ୍ୟକ୍ଷତାରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଆଇନଜିବି ଅମରେନ୍ଦ୍ର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ମୃତି ସଭାକୁ ଆରମ୍ଭକରିଥିଲେ । ଉକ୍ତ ସଭାରେ ନୀଳଗିରି ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଜିଲାପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ଶରତ ଦାସଙ୍କ ସମତେ ବହୁ କର୍ମୀ, ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, କାଉନସିଲର, ବିଜୁପ୍ରେମୀ ଓ ଜନସାଧାରଣ ଯୋଗଦାନ କରିଥିଲେ ।

ରିପୋର୍ଟ : ସତ୍ୟାନନ୍ଦ ପାତ୍ର

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା