ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ବିଜେଡି ନେତା ଯୁଧିଷ୍ଠିର ସେଠୀ…

ଜଗତସିଂହପୁର, ୧୮/୪ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭାରେ ବିଜେଡି ପ୍ରାର୍ଥô ଭାବେ ରମାକାନ୍ତ ଭୋଇଙ୍କ ନାମ ଦଳ ଘୋଷଣା କଲା ପରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ତର୍ଦ୍ୱନ୍ଦ ପଦାକୁ ଆସିଛି । ଏବେ ଆଶାୟୀ ପ୍ରାର୍ଥô ଯୁଧିଷ୍ଠିର ସେଠୀ ସ୍ୱାଧୀନ ପ୍ରାର୍ଥô ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି । ଏ ନେଇ ସେ ହଜାର ହଜାର କର୍ମୀଙ୍କୁ ନେଇ ସମାବେଶ କରିଛନ୍ତି । ରଘୁନାଥପୁର ଓଡ଼ପଡ଼ାଠାରେ ଏକ ଘରୋଇ ମଣ୍ଡପରେ କର୍ମୀମାନଙ୍କୁ ନେଇ ସମାବେଶ କରି କର୍ମୀମାନଙ୍କ ମତାମତ ଅନୁସାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଯୁଧିଷ୍ଠିର, ସେ ନିର୍ବାଚନ ମୈଦାନକୁ ଓହ୍ଲେଇଛନ୍ତି ଓ ସ୍ୱାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି । ତିନୋଟିଯାକ ବ୍ଲକରେ ତାଙ୍କର ସ୍ଥିତି ଭଲ ଅଛି ଓ ସେ ଲଢ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେପଟେ ବିଜେଡି ପ୍ରାର୍ଥô ରମାକାନ୍ତ କହିଛନ୍ତି ଯେ, ସେ ସମସ୍ତଙ୍କୁ ନେଇ ଚାଲିବେ ଓ ଦଳରେ କିଛି ମତଭେଦ ନାହିଁ ।
ରିପୋର୍ଟ : ରୀତା ସାହୁ