ଓଡିଶା କଳା ସଂସ୍କୃତି

ପ୍ରସିଦ୍ଧ ଶୈବପୀଠ ଗଙ୍ଗେଶ୍ୱର ଓ ଅନନ୍ତେଶ୍ୱରଙ୍କ ପୀଠରେ ପାଟୁଆ ଓ ଝାମୁଯାତ୍ରା…

ସାଲେପୁର, ୧୫/୪ : କଟକ ଜିଲ୍ଲାର ସାଲେପୁରର ମିର୍ଜାପୁର ପଞ୍ଚାୟତର ଗଙ୍ଗେଶ୍ୱରପୀଠ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଦ୍ଧ ଶୈବପୀଠ ଅନନ୍ତେଶ୍ୱର ମହାଦେବଙ୍କ ପୀଠରେ ଚଳିତ ବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରା ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଏହି ପୀଠକୁ ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ପ୍ରତିବର୍ଷ ଝାମୁଯାତ୍ରା ଓ ପାଟୁଆ ଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ତଥା ସାଧାରଣ ଲୋକଙ୍କ ସମାଗମ ହୋଇଥାଏ । ମାସନ୍ତ ଦିନ ଝାମୁଯାତ୍ରା, କଣ୍ଟାପାଟୁଆ ହୋଇଥାନ୍ତି । ପଣାସଂକ୍ରାନ୍ତି ଯାତ୍ରାରେ ଅଗ୍ନୀ ପାଟୁଆ, ଦଣ୍ଡପାଟୁଆ, ଖଣ୍ଡାପାଟୁଆ, ସିଡିପାଟୁଆ ହୋଇଥାନ୍ତି । ମାନସିକଧାରୀମାନେ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ ପାଇଁ ପାଟୁଆ ହୋଇଥାନ୍ତି । ସେହିପରି ୭ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଏହି ଯାତ୍ରା ବେଶ ହରସୋଲ୍ଲାସ ଓ ଉଦିପନାର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ, ମାନସିକଧାରୀ ଓ ଆୟୋଜକମାନେ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ଜନାର୍ଦନପୁରରେ ଦଶଭୁଜାଙ୍କ ପୀଠରେ ଏହି ଯାତ୍ରା ପାଳିତ ହେଉଛି । ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀମାନେ ସେମାନଙ୍କର ବ୍ୟବସାୟ କରିବା ସହିତ ବେଶ ଜନ ଗହଳି ପରିଲକ୍ଷିତ ହୋଇଛି ।

ରିପୋର୍ଟ : ଅଭୟ ଜେନା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା