ଓଡିଶା

ଗଜପତିରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ…

ଗଜପତି, ୧୫/୪ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ତଥା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ୍ ଶିଆଳୀ ପଂଚାୟତର ବହୁ ଅନ୍ୟ ଦଳର କର୍ମୀ ଓ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି । କାଶୀନଗର ବ୍ଲକ୍ ଶିଆଳୀ ପଞ୍ଚାୟତର ସମିତି ସଭ୍ୟ କେ. ସୋମେଶ, ୱାର୍ଡ ମେମ୍ବର ଶାନ୍ତି ଶବର ଓ ଏହି ପଂଚାୟତ ଅନ୍ତର୍ଗତ କେ.ଗୋପୀନାଥ ପେଟା, ପେଦାମାଡି, ଚନ୍ଦ୍ରଣିପେଟା ଆଦି ଗାଁର ପ୍ରାୟ ୪୫ ଗୋଟି ପରିବାର ବିଜେପି ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଧାୟକ ଦଳକୁ ସ୍ୱାଗତ ଜଣାଇଥିଲେ । ଏମାନଙ୍କ ମିଶ୍ରଣ ଆଗମୀ ଦିନରେ ଦଳକୁ କାଶୀନଗର ବ୍ଲକରେ ଆହୁରି ସୁଦୃଢ କରିବ ଓ ଏହି ପଂଚାୟତ ବିଭିନ୍ନ ସମସ୍ୟା ଆଗମୀ ସମାଧାନ କରାଯିବ ବୋଲି ବିଧାୟକ କହିଛନ୍ତି । ସେହିପରି ସମିତି ସଭ୍ୟ କେ. ସୋମେଶ ବିନା କୌଣସ ଲୋଭରେ ମୋଦୀଙ୍କ ଆଦର୍ଶରେ ଦଳକୁ ଆସିଥିବା କହିଛନ୍ତି । ମିଶ୍ରଣ ପର୍ବରେ କାଶୀନଗର ବ୍ଲକର ସମସ୍ତ ଦଳୀୟ ବରିଷ୍ଠ ନେତା, ମଣ୍ଡଳ ପଦାଧିକାରୀ ଉପସ୍ଥିତ ଥିଲେ ବୋଲି ଗଜପତି ଜିଲ୍ଲା ବଜେପି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ରିପୋର୍ଟ : ବିବେକାନନ୍ଦ ବେହେରା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା