ଭୀମଟାଙ୍ଗିରେ ଖୋଲିଲା ଭିସାଜର ନୂଆ ୟୁନିସେକ୍ସ ସେଲୁନ୍…

ଭୁବନେଶ୍ୱର : ଭୁବନେଶ୍ୱର କପିଳପ୍ରସାଦସ୍ଥିତ ଭୀମଟାଙ୍ଗି ଫେଜ୍-୧ରେ ଖୋଲିଛି ଭିସାଜର ନୂଆବ୍ରାଂଚ ‘ଭିସାଜ ୟୁନିସେକ୍ସ ସେଲୁନ୍ ଆଣ୍ଡ ଏକାଡେମୀ’ । ଭିସାଜ ବିଉଟି ଏକାଡେମୀର ଏହି ନୂଆ ସେଲୁନ୍ ଓଡିଶାରେ ୧୫ ନମ୍ବର ସେଲୁନ୍ । ଆଧୁନିକ ସମୟରେ ରୂପଶଯ୍ୟା ପ୍ରତ୍ୟେକ ମଣିଷଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିବାହ, ବ୍ରତ, ପାର୍ଟି ଆଦି ବିଭିନ୍ନ ସମୟରେ ସୌର୍ନ୍ଦ୍ୟୟକୁ ଗୁରୁତ୍ୱ ଦେବା ସହିତ ଭିଡ ଭିତରେ ନିଜକୁ ଟିକେ ସ୍ୱତନ୍ତ୍ର କରାଇବାର ପ୍ରୟାସକୁ ସଫଳ କରିଥାଏ ସେଲୁନ୍ । ତେବେ ଭିସାଜ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ସହିତ ସବୁବେଳେ ଗ୍ରାହକ ଉପଯୋଗୀ ଅଫର ଉପରେ ଗୁରୁତ୍ୱ ଦେଇଥାଏ । ତେଣୁ ଭିସାଜ ଗ୍ରାହକଙ୍କ ପ୍ରଥମ ପସନ୍ଦ ଭାବେ ପରିଗଣିତ ହୋଇପାରିଛି । ନୂଆ ସେଲୁନରେ ଗ୍ରାହକଙ୍କ ପାଇଁ ଫ୍ଲାଟ୍ ୨୭ % ରିହାତି ଅଫର ରହିଛି । ବିଶେଷକରି ଫେସିଆଲ୍, ମୁଖଶଯ୍ୟା ପ୍ରକ୍ରିୟା, କେଶ ବିନ୍ୟାସର ବିଭିନ୍ନ ପ୍ରକ୍ରିୟା ଏବଂ ଏସବୁର ଯତ୍ନ, ନଖର ବିଭିନ୍ନ ପ୍ରକାର ଯତ୍ନ ଏବଂ ଏହାର ସୌନ୍ଦର୍ଯ୍ୟକରଣ ଆଦି ସର୍ଭିସ୍ ଗ୍ରାହକ ସୁଲଭ ମୂଲ୍ୟରେ ପାଇପାରିବେ ।
ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା କମିଶନ ଓଡିଶାର ପୂର୍ବତନ ସଦସ୍ୟ ତଥା ଓକିଲ ଏବଂ ସମାଜସେବୀ ନମ୍ରତା ଚଡ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ୟୁଟ୍ୟୁବର ରାଜେନ୍ଦ୍ର ପ୍ରସାଦ ଦାସ, ଭିସାଜ ବିଉଟି ଏକାଡେମୀର ପରିଚାଳନା ମୁଖ୍ୟ ପ୍ରିୟଦର୍ଶିନୀଙ୍କ ସମେତ ଭୀମଟାଙ୍ଗି ବ୍ରାଂଚ ମୁଖ୍ୟ ପ୍ରିୟଙ୍କା ଖିଲାର ଏବଂ ସେଲୁନର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ