ଓଡିଶା

ଭକ୍ତି ସଙ୍ଗୀତ ସଂସଦ ପରିବାର ପକ୍ଷରୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…

ପାରଳାଖେମୁଣ୍ଡି, ୫/୪ : ପାରଳାଖେମୁଣ୍ଡିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସ୍ବର୍ଗତା ଶାନ୍ତିଲତା ବାରିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଅନ୍ୟତମ ଅତିଥି ରୂପେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ଏକାଡେମୀର ସଦସ୍ୟ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଓ ସାହିତ୍ୟିକ ତଥା ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଭ୍ୟ ଶ୍ରୀ ବିଚିତ୍ରାନନ୍ଦ  ବେବର୍ତ୍ତା ପ୍ରମୁଖ ଯୋଗ ଦେଇ ସଙ୍ଗୀତ ଜଗତର ଏକ ଉଜ୍ଜ୍ୱଳ ତାରକାର ଅନ୍ତ ଘଟିଥିବା ସହ ଏହା ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ । ଏଥିସହ ଆଇନଜୀବୀ ଶ୍ରୀମତି ଇତିଶ୍ରୀ ମହାପାତ୍ର, ଶିକ୍ଷୟିତ୍ରୀ ଶ୍ରୀମତି ବବିତା ପୁରୋହିତ ନିଜର ଶୋକବାର୍ତ୍ତା ପ୍ରଦାନ କରିଥିଲେ । ଏହି ସଭାରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଶାନ୍ତିଲତା ବାରିକଙ୍କ ସୁମଧୁର ଭଜନ ପରିବେଷଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀ ଗିରିଶ ଚନ୍ଦ୍ର ରଥ ଓ ସରୋଜ କୁମାର ପଣ୍ଡା ପରିଚାଳନା କରିଥିଲେ ।

ରିପୋର୍ଟ : ପାରଳାଖେମୁଣ୍ଡିରୁ ବିବେକାନନ୍ଦ ବେହେରା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା