ବିଜେଡ଼ିରୁ ଇସ୍ତଫା ଦେଲେ ବିଧାୟକ ରମେଶ ଚନ୍ଦ୍ର ସାଏ…

ଆଠମଲ୍ଲିକ, ୫/୪ : ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ସେ ଆଠମଲ୍ଲିକ ଆସନରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଭାଗିରଥି ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଏଥର ଦଳ ତାଙ୍କୁ ଟିକେଟ ନ ଦେବା କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି । ତେବେ ଖୁବଶୀଘ୍ର ତାଙ୍କ ସମର୍ଥକ ଓ କର୍ମୀମାନଙ୍କ ସହ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଶ୍ରୀ ସାଏ କହିଛନ୍ତି ।
ରିପୋର୍ଟ : ଆଠମଲ୍ଲିକରୁ ଧନଞ୍ଜୟ ନାୟକ