ଓଡିଶା

ନୀଳଗିରିରେ ଚାଲିଛି ମାଫିଆ ରାଜ୍, ପଦକ୍ଷେପ ପାଇଁ ପ୍ରଶାସନକୁ ଗୁହାରୀ

ନୀଳଗିରି : ବ୍ଳାଷ୍ଟିଙ୍ଗ ପ୍ରତିବାଦରେ ଥାନାରେ ଅଭିଯୋଗ କଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ ବେଆଇନ ପଥର ଖାଦାନରେ ଚାଲିଛି ବେଧଡ଼କ ପଥର ଚୋରି ସାଙ୍ଗକୁ ବେଆଇନ ପଥର ବ୍ଳାଷ୍ଟିଙ୍ଗ । ବ୍ଳାଷ୍ଟିଙ୍ଗ ଯୋଗୁଁ ଦେଢ଼ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଅଧିକାଂଶ ପକା ଘରର କାନ୍ଥ ସବୁ ଫାଟି ଗଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ନୀଳଗିରି ତହସିଲ୍ ଅଧୀନ ଜାମୁଡିହl ମୌଜାର ବାଘମରା  ଗ୍ରାମରେ । ପଥରେ ଖାଦାନ ହେଉ କି ବାଲି ଖାଦାନ । ଏହା ଉପରେ ରାଜସ୍ଵ ବିଭାଗର ଆଉ ଅଧିକାର ନ ଥିବାବେଳେ ଏସବୁ ଦାୟିତ୍ୱ ନେଇଛି ମାଇନ୍ସ ବିଭାଗ । ତେବେ ମାଇନ୍ସ ବିଭାଗ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉନଥିବାବେଳେ ରାଜୁତି ଆରମ୍ଭ କରିଛନ୍ତି ମାଫିଆ ଗ୍ୟାଙ୍ଗ୍ । ଫଳରେ ବେଧଡ଼କ ବ୍ଳାଷ୍ଟିଙ୍ଗ କରି ଚୋରାରେ ଟ୍ରିପ ପରେ ଟ୍ରିପ ମେଟାଲ ଚୋରା ଚାଲାଣ ହେଉଛି । ଆଉ ଏହାର ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ । ବ୍ଲାଷ୍ଟିଙ୍ଗ କାରଣରୁ ସେମାନଙ୍କ ଘରମାନଙ୍କରେ ଫାଟ ସୃଷ୍ଟି ହୋଇଥିବାରୁ ଗ୍ରାମବାସୀମାନେ ପୋଲିସ ନିକଟରେ ଏ ବାବଦରେ ଗୁହାରୀ କରିଛନ୍ତି । ଏଥିପ୍ରତି ପ୍ରସାଶନିକ ସ୍ତରରେ ଦୃଷ୍ଟି ଦେଲେ ଚୋରା ଚାଲାଣ ରୋକାଯାଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା