ଓଡିଶା

ଏଥର ଭୁବନେଶ୍ବରରୁ ଅପରାଜିତା-ମନ୍ମଥ ଲଢେଇ…

ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ରରେ ପୁରୁଖା ଯୋଦ୍ଧା ଅପରାଜିତାଙ୍କୁ ପରାଜୟ କରିବା ପାଇଁ ମନ୍ମଥଙ୍କୁ ଚକ୍ରବ୍ୟୁହକୁ ପଠାଇବା ପାଇଁ ପ୍ରସ୍ତୁତି କରିଛି ବିଜେଡି । ରାଜନୀତିର ଯୁଦ୍ଧ ମଇଦାନରେ ନୂଆ କରି ପାଦ ଥାପିଥିବା ଅଭିମନ୍ୟୁ, ମନ୍ମଥଙ୍କ ହାତରେ ଯୁଦ୍ଧାସ୍ତ୍ର କଣ ବିଜେଡିକୁ ସଫଳତା ଦେବ ? ତାହାକୁ ନେଇ ଏବେ ଚାରିଆଡେ ପ୍ରଶ୍ନ । ବୁଧବାର କଂଗ୍ରେସର ବରିଷ୍ଠ ନେତା ସୁରଙ୍କ ସାନପୁଅ ଶଙ୍ଖ ଧରୁ ଧରୁ ତାଙ୍କୁ ଭୁବନେଶ୍ବର ମୈଦାନକୁ ଅବତରଣ କରିଛି ବିଜେଡି । ଗତ କିଛିଦିନ ହେବ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଚୟନ କରିଥିବା ଚର୍ଚ୍ଚା ହେଉଥିଲା । ଏପରିକି ଶ୍ରୀମୟୀଙ୍କୁ ମଧ୍ୟ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା । ମାତ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ହେଉଥିବା ବେଳେ ଶ୍ରୀମୟୀ ମଧ୍ୟ ଦୂରେଇ ଯାଇଛନ୍ତି । ତେବେ ଦଳ ତାଙ୍କୁ ଦୂରେଇ ରହିବା ପାଇଁ କହିଥିବା ସୂଚନା ରହିଛି । ଏପରକି ମନ୍ମଥଙ୍କ ମିଶ୍ରଣ ପର୍ବରେ ଶ୍ରୀମୟୀଙ୍କୁ ଅନୁପସ୍ଥିତି ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ।

ସୂଚନାଯୋଗ୍ୟ, ଗତ ଲୋକାସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ଅପରାଜିତ ଷଡଙ୍ଗୀ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ପାଇ ମୋଟ ୨୩ ହଜାର ୮୩୯ ଭୋଟରେ ପରାଜୟ ହୋଇଥିଲେ । ଏଥର କିନ୍ତୁ ଯୁଦ୍ଧ ମଇଦାନରେ ବିଜେଡିର ମାଇଣ୍ଡ ଗେମ୍, ଅପରାଜିତାଙ୍କ ପାଇଁ ଗେମ୍ ଚେଞ୍ଜର ହେବ ନା ତାଙ୍କୁ ପୁଣି ବିଜୟର ସ୍ବାଦ ପ୍ରଦାନ କରିବ ତାହାକୁ ନେଇ ଚର୍ଚ୍ଚା ।

ସୁରଙ୍କ ପୁଅକୁ ମଇଦାନକୁ ପଠାଇ ବିଜେଡି ଉଭୟ କଂଗ୍ରେସ ଏବଂ ବିଜେଡି ଭୋଟ ହାତେଇବା ପାଇଁ ଆଶାବାଦୀ ଥିଲାବେଳେ, ଅପରାଜିତାଙ୍କ ଲୋକପ୍ରିତା ଏବଂ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନା ଓ ମୋଦି ଗ୍ୟାରେଣ୍ଟି ଅପରାଜିତାଙ୍କୁ ପୁଣି ଥରେ ବିଜୟ କରିବ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ଚାଲିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା