ଓଡିଶା

ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାସ୍ତା ନିର୍ମାଣ…

ଦୀର୍ଘ ୨ ବର୍ଷ ପରେ ବି ସରିପାରୁନି ୭ କିଲୋମିଟର ରାସ୍ତା

ସାଲେପୁର : କଟକ ଜିଲ୍ଲା ସାଲେପୁର ଗ୍ରାମ ଉନ୍ନୟନ ଉପଖଣ୍ଡ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କଂକ୍ରିଟ ରାସ୍ତା, କଲଭଟ, ଗାର୍ଡୱାଲ ଏବଂ ପିଚୁ ସଡ଼କ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି l ସବୁଠି ଧର୍ମକୁ ଆଖିଠାର ସଦୃଶ କାର୍ଯ୍ୟ ହେଉଥିବାବେଳ, ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଛି l ଗୋକନ ପଲ୍ଲୀସାହି ରାସ୍ତାରେ ନିମ୍ନମାନର ସିମେଣ୍ଟ ଏବଂ ଗୋଡି ବ୍ୟବହାର କରାଯାଉଥିବା ବେଳେ ଠିକାଦାର ସରକାରୀ ନୀତି ନିୟମକୁ ଉଲଂଘନ କରି  ଢ଼ଳେଇ ରାସ୍ତା ନିର୍ମାଣ କରୁଛି l ଯାହାର ସ୍ଥାୟୀତ୍ୱକୁ ନେଇ ଉଠିଛି ପ୍ରଶ୍ନବାଚୀ l ୭ କିଲୋମିଟର ଦୂରତା ବିଶିଷ୍ଟ ଏହି ରାସ୍ତାକୁ କଂକ୍ରିଟ ରାସ୍ତାରେ ପରିଣତ କରିବା ପାଇଁ ୫ କୋଟି ୨୫ ଲକ୍ଷ ଟଙ୍କା ସାଙ୍କସନ ହେବାକୁ ଦୀର୍ଘ ୨ ବର୍ଷ ବିତିବାକୁ ବସିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ସରିବାର ନାଆଁ ଧରୁନି l ଏପରିକି ଖନ୍ଦୋଳଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାସ୍ତା କାର୍ଯ୍ୟର ତଦାରଖ ପାଇଁ ଆସୁନାହାନ୍ତି l ଏପଟେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି କଂକ୍ରିଟ ରୋଡ଼ ନିର୍ମାଣ କାର୍ଯ୍ୟ l ଆଉ ଏବେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇବା ସତ୍ୱେ, କେହି କର୍ଣ୍ଣପାତ କରୁନ ଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଆମ ପ୍ରତିନିଧି ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ, ସେ ନିର୍ମାଣସ୍ଥଳୀଙ୍କୁ ଯାଇ ଘଟଣାର ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି l

ରାସ୍ତା ନିର୍ମାଣ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଦୀର୍ଘ ୨ ବର୍ଷ ବିତିଯାଇଥିବାବେଳେ ବିଭାଗୀୟ ଯନ୍ତ୍ରୀ କିପରି ରାସ୍ତା ନିର୍ମାଣର ତଦାରଖ କରିନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବାବେଳେ, ଆଗାମୀ ଦିନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଉପରେ କେବେ ଲାଗିବ ସରକାରୀ ଅଙ୍କୁଶ ତାହାକୁ ଅପେକ୍ଷା ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା