ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କମିଟିର ସମ୍ପାଦକ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର ରଥ, ପୌରାଧ୍ୟକ୍ଷ। ଅର୍ଚ୍ଚନା ସିଂ, ଯୁବ ନେତା ପ୍ରଶାନ୍ତ କୁମାର ମଲ୍ଲିକ, ମହିଳା କଂଗ୍ରେସ ପ୍ରତିମା ମଲ୍ଲିକ, ବରିଷ୍ଠ ନେତା ସର୍ବେଶ୍ୱର ପଣ୍ଡାଙ୍କ ସହ ବହୁ ନେତା ଓ କର୍ମୀ ମାନେ ଯୋଗ ଦେଇ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ତିନି ହଜାର ଟଙ୍କା, କୃଷି ଋଣ ଛାଡ, କୃଷକ ମାନଙ୍କ ପାଇଁ ପେନସନ ଦୁଇ ହଜାର ଟଙ୍କା, ଘରୋଇ ଉପଭୋକ୍ତାଙ୍କ ପାଇଁ 200 ୟୁନିଟ ବିଦ୍ୟୁତ ଦେୟ ଛାଡ଼, 5 ହଜାର ବେକାର ଯୁବକ ଯୁବତୀ ନିଯୁକ୍ତି, ବେକାରୀ ଭତ୍ତା ତିନି ହଜାର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ଗୃହ ଲଷ୍ମୀ ଯୋଜନାରେ ମହିଳାଙ୍କୁ ମାସିକ ଦୁଇ ହଜାର ଭତ୍ତା, 500 ଟଙ୍କାରେ ଗ୍ୟାସ, 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟ।ଙ୍ଗ ଭତ୍ତା ମାସିକ ଦୁଇ ହଜାର ଟଙ୍କା ଓ ପଛୁଆ ବର୍ଗ ପାଇଁ 27% ସଂରକ୍ଷଣ ବ୍ୟବସ୍ଥାକୁ ନେଇ କଂଗ୍ରେସ ଗ୍ୟାରେଣ୍ଟି ରଖିଛି । 24 ବର୍ଷର ବିଜେଡ଼ି ଶାସନ ଓ 9 ବର୍ଷର ବିଜେଡ଼ି ବିଜେପି ଶାସନରେ ଯାହା ହୋଇ ନାହିଁ କଂଗ୍ରେସ ସରକାରକୁ ଆସିଲେ ତାହା କରି ଦେଖାଇବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ