ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଉନ୍ମୋଚିତ କଲେ ଗ୍ୟାରେଣ୍ଟି ଇସ୍ତାହାର…

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ମହୋନା ବିଧାୟକ ଶ୍ରୀଯୁକ୍ତ ଦାସରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ, ଆଗକୁ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ କରିଛି । ଏହି ଅବସରରେ ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୁଷଣ ପାତ୍ର, ସମ୍ପାଦକ ଅଭିମନ୍ୟୁ ପଣ୍ଡା, ଇଶ୍ଵର ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଗ୍ୟାରେଣ୍ଟି ଇସ୍ତାହାର ଉନ୍ମୋଚିତ କରିଥିଲେ । ଏଥିରେ ପ୍ରକାଶିତ ହୋଇଥିବା ବିଷୟ ବସ୍ତୁ :-
୧. ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା ।
୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡ଼ି ବିଜେପି ଶାସନରେ ଯାହା ହୋଇନାହିଁ, ଆଜି ତାହା କଂଗ୍ରେସ କରି ଦେଖାଇବ ।
କୃଷିଋଣ ଛାଡ଼ ।
କୃଷକ ପାଇଁ ମାସିକ ପେନ୍ସନ୍ ୨୦୦୦ ଟଙ୍କା ।
୨. ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ ।
୩. ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ।
ବେକାରୀ ଭତ୍ତା ମାସିକ ଗଜପତି ୩୦୦୦ ଟଙ୍କା ।
୪. ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ।
୫. ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ।
୬. ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର ।
୭. ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ
ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ।
୮. ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ।
୯. ରାଜ୍ୟରେ ଜାତିଭିଭିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଋକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁନା ମହାରଣା, ମହିଳା କଂଗ୍ରେସ ସଭାନେତ୍ରୀ ସେକ ଜସ୍ମିନ ରଫି, ରଞ୍ଜିତା ପାଣିଗ୍ରାହୀ, ବଂସଧାରା ସାମନ୍ତ ସିଂହାର, ରୂଷମା ଗମାଙ୍ଗ, ରମ୍ଭା ନାୟକ, ଗୁମ୍ମା ବ୍ଲକର ଲଳିତ ମୋହନ ଦଣ୍ଡସେନା, ଆର ଉଦୟଗିରି ବ୍ଲକର ଜାଖବ ମାଝୀ, କାଶୀନଗର ବ୍ଲକର ସବରା ନାଇଡୁ, ରାୟଗଡ଼ା ବ୍ଲକର ମର୍ଶୁଧା ମଣ୍ଡଳ, ପାରଳାଖେମୁଣ୍ଡି ରାଜା ପାତ୍ର, ସନ୍ତୋଷ ପଣ୍ଡା, ପୁରୁଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ବହୁତ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା