ଓଡିଶା

‘ଓଳକଣା ମେଳନ ଆଳିରାଜା ଝୁଲଣ, ଅସୁରେଶ୍ୱର ରାମନବମୀ ପୁରସ୍ତମ ଚନ୍ଦନ’…

ସାଲେପୁର : ଅଭିଭକ୍ତ କଟକ ଜିଲ୍ଲାର ଶେଷସୀମା କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ସମ୍ମିଳିତ ସଙ୍ଗମ ସ୍ଥଳ, ଓଳକଣାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କଥାରେ ଅଛି ‘ଓଳକଣା ମେଳନ ଆଳିରାଜା ଝୁଲଣ, ଅସୁରେଶ୍ୱର ରାମନବମୀ ପୁରସ୍ତମ ଚନ୍ଦନ’ । ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି l ପୂରାଣ ଯୁଗର କିମ୍ବଦନ୍ତୀ ଅନୁଯାୟୀ, ପାଣ୍ଡବମାନେ ପଶା ଖେଳରେ କୌରବଙ୍କଠାରୁ ହାରିଯିବା ଫଳରେ ୧୨ ବର୍ଷ ବନବାସ ଏବଂ ୧ ବର୍ଷ ଅଜ୍ଞାତବାସରେ ରହି ଯେତେବେଳେ ହସ୍ତିନାପୁରକୁ ଫେରିଲେ, ସେତେବେଳେ ତାଙ୍କୁ ରହିବା ନିମନ୍ତେ କୌଣସି ପଡ଼ା ଦିଆଯାଇନଥିଲା । ପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପାଇଁ କୌରବ ଯୁବରାଜା ଦୂର୍ଯ୍ୟଧୋନ ପାଖକୁ ଯାଇ, ପାଣ୍ଡବଙ୍କ ପାଇଁ ୫ ଗୋଟି ପଡ଼ା ଭିକ୍ଷା ମାଗିଥିଲେ l କିନ୍ତୁ ଅହଙ୍କାରୀ  ଦୂର୍ଯ୍ୟଧୋନ ପ୍ରଭୁଙ୍କୁ ଭର୍ତ୍ସନା କରି କହିଥିଲେ ‘ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନୀ’ l

ମହାପ୍ରଭୁ ଶ୍ରୀକୃଷ୍ଣ ମନଦୁଃଖରେ ଫେରିଆସି  ଓଳକଣା ପଡିଆଠାରେ ବିଦୁରଙ୍କ ଆଶ୍ରମରେ ପହଂଚିଥିଲେ l ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣକୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇଥିଲେ l  କୃଷ୍ଣ ଭକ୍ତ ବିଦୁରଙ୍କୁ କହିଲେ, କି ବର ମାଗୁଛୁ ମାଗ l ବିଦୁର କହିଲେ ପ୍ରଭୁ ମୁଁ ତୁମକୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି l ପ୍ରଭୁ ଶ୍ରୀକୃଷ୍ଣ କହିଲେ ତତେ ଅପେକ୍ଷା କରିବାକୁ ପଡ଼ିବ । ଫଗୁ ଚତୁର୍ଦ୍ଦଶୀ ରାତି ଓ ପୂର୍ଣ୍ଣିମା ସକାଳୁ ମୁଁ ତତେ ଦର୍ଶନ ଦେବି l ସେହି ପରମ୍ପରାକୁ ରକ୍ଷା କରି ଭଦ୍ରେଶ୍ୱର ବିମାନରେ ହର ଆଉ ହରି, ଦୁଇଟି ବେଶରେ ଓଳକଣା ପଡିଆକୁ ଆସିଥାନ୍ତି ଏବଂ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ବିଦୁର ତାଙ୍କୁ ଦର୍ଶନ କରନ୍ତି l ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ହର ହରି ଆସନ୍ତି l ଏହି ପରମ୍ପରା ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି l

ଓଳକଣା ପଡିଆକୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇନଥାଏ କି ବିଦାକି ଦିଆ ଯାଇନଥାଏ କି ଆସନ ଦିଆଯାଇ ନଥାଏ l ଏହି ଓଳକଣା ପଡିଆକୁ ପୂର୍ବ ଦିଗରୁ ଆଳି ରାଜା ଘର ବିମାନଙ୍କ ସହ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି l ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି l ସେହିପରି ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି l ଏବଂ ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି l ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରିଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି l ସମସ୍ତ ବିମାନକୁ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି l ଯଥା ଘଣ୍ଟ ଘଣ୍ଟା, କୀର୍ତ୍ତନ, ଷେଣ୍ଢ ନାଚ, ଦିବି ଝାଡ଼ ଓ ମଶାଲ ବତି ଶହ ଅତାସବାଜି ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ l ଶେଷରେ ବୀର ଭଦ୍ରେଶ୍ୱରଙ୍କ ବିମାନ ଆସିଲା ପରେ ବିଦୁରଙ୍କ ନିକଟରେ ଆଳତି ଏକା ସାଙ୍ଗରେ ହେଲା ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ l

ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ହରିହର ଦର୍ଶନ ନିମନ୍ତେ l ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳକଣା ମେଳଣ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ  l ଏହି ଅବସରରେ ବହୁ ଉଠା ଦୋକାନୀ ମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ କରିଥାନ୍ତି l

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା