ଓଡିଶା

ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଗର୍ଜିଲା ଆପ୍…

ଢେଙ୍କାନାଳ : ଆପର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିବା ପ୍ରତିବାଦରେ ଢେଙ୍କାନାଳ ଶାଖା ଆପ୍ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ନାରାବାଜି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ବେହେରା ଓ ଅନିଲ କୁମାର ନାଥ, ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାଏକ, ପିତାମ୍ବର ଦାସ, ଶଙ୍କର୍ଷଣ ଦଳେଇ ଓ ପିତାମ୍ବର ସାମନ୍ତରାୟ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ବିଜେପି ସରକାର ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ଗର୍ଜିଥିଲେ । ତା’ପରେ କର୍ମୀମାନେ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅନୈତିକ ଉପାୟରେ ଗିରଫ କରାଯାଇଥିବା ଶ୍ରୀ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ନାରାବାଜି କରିଥିଲେ । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଇଡିର ସମନ ଅନୈତିକ ବୋଲି ଶୁଣାଣି ସ୍ଥଗିତ ଥିବାବେଳେ କିପରି ତାଙ୍କୁ ଗିରଫ କରାଗଲା ବୋଲି କର୍ମୀମାନେ ନିଜ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପ୍ରକାଶ ଭୁତିଆ, ପ୍ରମୋଦ ସାହୁ, ରଚିତା ନାଏକ, ମୀରା ନାଏକ, ରବି ନାରାୟଣ ସ୍ବାଇଁ, ନିତ୍ୟାନନ୍ଦ ପଣ୍ଡା, ଜନାର୍ଦ୍ଦନ ନନ୍ଦୀ, କବି ନାଏକ, ଲକ୍ଷ୍ମୀଧର ଜେନା, ଦୀପା ନାଏକ, ଗୌରି ନାଏକ, ଅପସରା ନାଏକ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ସୁଜିତ୍ କୁମାର ବେହେରା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା