ଓଡିଶା

ହଜାର ହଜାର ମହିଳାଙ୍କୁ ନେଇ ସଂଗଠିତ ହେଲେ ସୀମାରାଣୀ, ବିରୋଧୀ ମନରେ ଛନକା…

ହିନ୍ଦୋଳ, ୨୨/୩ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ସର୍ବଦା ଚର୍ଚ୍ଚାରେ ରହି ଆସିଛି । ବିଗତ ଦିନମାନଙ୍କରେ ହୋଇଥିବା ବିଭିନ୍ନ ସମାବେଶ ଓ କାର୍ଯ୍ୟକ୍ରମରୁ ପ୍ରମାଣିତ ହୋଇଛି ଯେ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ଲୋକପ୍ରିୟତା ଏବଂ ଜନସମ୍ପର୍କ ବର୍ତମାନ ପୂର୍ବ ଅପେକ୍ଷା ବହୁଗୁଣରେ ବୃଦ୍ଧି ପାଇଛି । ଏହାସହ ବିରୋଧୀଙ୍କ ବିରୋଧାଭାଷ ମଧ୍ୟ ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଛି । ବିଧାୟିକାଙ୍କ ଜନସମର୍ଥନକୁ ଦେଖି ବିରୋଧୀ ଏବେ ମୁଦ୍ଦାହୀନ ହେବା ସହ ନୂଆ ଖୋରାକ ଯୋଗଡ ଆଶାରେ ଥିବା ଆଲୋଚ୍ୟର ବିଷୟ ହୋଇଛି ।
ସୀମାରାଣୀଙ୍କ ସୁଶାସନ ଏବଂ ସାଙ୍ଗଠନିକ ଦକ୍ଷତା ମଧ୍ୟ ଦିନକୁ ଦିନ ସୁସଂଗଠିତ ହୋଇପାରିଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକର ସୋଳସ୍ଥିତ ଦାମିନୀ ଗ୍ୟାଲେରିଆରେ । ବିଧାୟିକାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରାୟ ୫ ହଜାର ମହିଳାଙ୍କୁ ନେଇ ଆୟୋଜିତ ହୋଇଯାଇଛି ବିଶାଳ ମହିଳା ସମାବେଶ । ଏହି ସମାବେଶରେ ସୀମାରାଣୀଙ୍କ ଆହ୍ୱାନରେ ସ୍ୱତଃପ୍ରବୃତଃ ଭାବରେ ହଜାର ହଜାର ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅସଂଖ୍ୟ ଜନହିତକର କାର୍ଯ୍ୟ ଓ ହିନ୍ଦୋଳରେ ହୋଇଥିବା ଅଗଣିତ ଉର୍ନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବିଧାୟିକା ଉଦବୋଧନ ଦେବା ସହ ଆଗାମୀ ନିର୍ବାଚନରେ ଶଙ୍ଖ ଚିହ୍ନରେ ମୋହର ମାରି ପୁନଃ ଷଷ୍ଠ ଥର ପାଇଁ ନବୀବ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ବର୍ଣ୍ଣନା କରିବାସହ ହିନ୍ଦୋଳରେ ପୁନଃ ଅର୍ଥାତ୍ ତୃତୀୟଥର ପାଇଁ ସୀମାରାଣୀ ନାୟକଙ୍କୁ ହିନ୍ଦୋଳ ବିଧାୟିକା ଭାବରେ ଶଙ୍ଖ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଥିଲେ ।
ଏହି ସମାବେଶରେ ଅବଜର୍ଭର ଭାବେ ଉତର ବିଧାୟକ ସୁଶାନ୍ତ ରାଉତ, କୋ-ଅବଜର୍ଭର ସଞ୍ଜୟ ସେଠୀ, ବିଜେଡି ଜିଲ୍ଲା ମହିଳା ସଭାପତି ସାଗରୀକା ମିଶ୍ର, ରାଜ୍ୟ ଉପସଭାପତି ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବୀପ୍ରସାଦ ଭୂତିଆ, ଦୁଇବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ସସ୍ମିତା ନାଏକ, ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ତପନ ପରିଡ଼ା,ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟାକ୍ଷା ପ୍ରତିମା ରାଉତ, ନଗର ସଭାପତି ଗୋବିନ୍ଦ ବେହେରା, ବ୍ଲକ ଯୁବସଭାପତି ଦୁଃଖବନ୍ଧୁ ପ୍ରଧାନ, ଏନଏସି ଯୁବ ସଭାପତି ରୁଦ୍ରନାରାୟଣ ଦାସ, ଜିଲ୍ଲାପରିଷଦ ସଭ୍ୟସୁମନ୍ତ ଦେହୁରୀ, ମାମାଲି ଦାସ, ଉର୍ମିଳା ବେହେରା, ଜିଲ୍ଲା ଯୁବ ଉପସଭାପତି ସୁବ୍ରତ ଆଚାର୍ଯ୍ୟ, ଛାତ୍ର ସଭାପତି ପରେଶ ରାଉତ, ବ୍ଲକ ମହିଳା ସଭାପତି ଯୋଗମାୟା ଗଡ଼ନାୟକ, ଆଇନସେଲ ସଭ୍ୟ ଟୁସୁନୁ ମିଶ୍ର, ବୁଲା ମିଶ୍ର ସମସ୍ତ ସରପଂଚ, ସମିତିସଭ୍ୟ, କାଉନସିଲର ଓ କାର୍ଯ୍ୟକର୍ତା, କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା