ଓଡିଶା ମନୋରଞ୍ଜନ

ମାର୍ଚ୍ଚ ୨୪ରେ ବୃନ୍ଦାବନ ମହୋତ୍ସବ ୨୦୨୪…

ଭୁବନେଶ୍ୱର, ୨୨/୩ : ଆନନ୍ଦ ଓ ରଙ୍ଗର ପର୍ବ ପବିତ୍ର ହୋଲି ପୂର୍ଣ୍ଣିମା ଅବସରରେ ଭାରତୀୟ ଚକା ଓ ସଂଗୀତକୁ ରଙ୍ଗ ଓ ରାସରେ ଭିଜାଇ ଏହାକୁ ଗୌରବାନ୍ୱିତ କରୁଥିବା ବୃନ୍ଦାବନ ମହୋସବ ପକ୍ଷରୁ ଏହାର ୮ ତମ ଉତ୍ସବ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଚଳିତ ମାସ ୨୪ ତାରିଖରେ ଅନୁଷ୍ଠିତ ହେବ । ବିଶ୍ୱ ପ୍ରସିଦ୍ଧ ବଂଶୀ ବାଦକ ପଦ୍ମ ବିଭୂଷଣ ପ୍ରାପ୍ତ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବର୍ଷର ଷ୍ଟାର ଲାଇନ୍ ଅପରେ ଗ୍ରାମି ପୁରସ୍କାର ପ୍ରାପ୍ତ ତଥା ପଦ୍ମଭୂଷଣ ପ୍ରାପ୍ତ ବିଶ୍ୱମୋହନ ଭଟ୍ଟ ଓ ତାଙ୍କ ପୁତ୍ର ପଣ୍ଡିତ ସଲିଲ ଭଟ୍ଟ ମଧ୍ୟ ଉପସ୍ଥିତ ରହିବେ । ଗ୍ୱାଲିୟର, ଜୟପୁର ଓ ଆଗ୍ରା ପରାନା ସଂଗୀତଜ୍ଞ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଇଲ୍ଲାସ କସାଲକରଙ୍କୁ ଆଲିକ୍ସ ସେନଗୁପ୍ତାଙ୍କ କଣ୍ଠ ସ୍ୱର, ସରୱାର ହୁସେନ୍ଙ୍କ ସାରଙ୍ଗି ଏବଂ ପ୍ରବୀଣ କାସଲିକରଙ୍କ ହାରମୋନିୟମ୍ ସହଯୋଗ କରିବ । ଉଭୟ କଳାକାର ତାବଲାରେ ପଣ୍ଡିତ ଯୋଗେଶ ସାମସି ଓ ତାବଲା ମାଷ୍ଟ୍ରୋ ଉସ୍ତାଦ ଆଲ୍ଲାରଖଙ୍କ ଶିଷ୍ୟ ଅଟନ୍ତି । ଅନିକେତ ମହାରଣା (ଓଡିଶା), ମଧୁ ଚପାଇ (ଆସାମ), ନିବିର ଦେବ ଶର୍ମା (ଆସାମ), ଅଂଶୁଲ ଲାଖେରା (ନୂଆ ଦିଲ୍ଲୀ), ପୁଷ୍ପରାଜ ଦାଡସେନା (ଛତିଶଗଡ), ରୂପମ ଜ୍ୟୋତି (ଆସାମ), କିର୍ଥନରାଜ ସେଠୀ (କର୍ଣ୍ଣାଟକ) ଏବଂ ଶ୍ରବଣ କ୍ୟୁରି (ପଶ୍ଚିମବଙ୍ଗ) ସମସ୍ତେ ବୃନ୍ଦାବନ ଗୁରୁକୂଳ ଭୁବନେଶ୍ୱରରେ ଗୁରୁ- ଶିଷ୍ୟ ପରମ୍ପରାର ଭାରତୀୟ ପରମ୍ପରା ଅନୁଯାୟୀ ବଂଶୀ ବାଦନ ଶିଖିଛନ୍ତି । ତବଲାରେ ବିଶ୍ୱ ରଞ୍ଜନ ଜେନା ସହଯୋଗ କରିବା ସହ ନାଳିଆ ଆଲାମ ସଂନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରିବେ । ଭାରତୀୟ କଳା ଓ ସଂଗୀତର ପରମ୍ପରାକୁ ଆଗକୁ ବଢାଇବା ପାଇଁ ଯୁବ ସଂଗୀତଜ୍ଞଙ୍କୁ ତାଲିମ ଦେଇଥିବା ସଂଗୀତ ଉକôର୍ଷତାର ଅନୁଷ୍ଠାନ ବୃନ୍ଦାବନ ଗୁରୁକୂଳର ପୃଷ୍ଠପୋଷକମାନଙ୍କ ସହୃଦୟତା ଓ ସମର୍ଥନ ବିନା ଏହି କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇପାରିନଥାନ୍ତା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା