ଓଡିଶା

ଆବାସକୁ ଚାହିଁ ଚାହିଁ ଚାଲିଗଲେ ଭୁଜବଳ, ଅସହାୟ ଅବସ୍ଥାରେ ପରିବାର…

ଧର୍ମଗଡ଼, ୨୨/୩ : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମ ପଂଚାୟତର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ପାହାଡ଼ ଘେରା ତାଳପଦର ଗ୍ରାମରେ ବସବାସ କରନ୍ତି ଭୁଜବଳ ସଗଡ଼ିଆ । ବୟସ ମାତ୍ର ୩୩ ବର୍ଷ । ଦୀର୍ଘ ବର୍ଷ ହେଲା ଭଙ୍ଗା ,ଦଦରା ଘରେ ବହୁ କଷ୍ଟରେ ବିଧବା ମାଙ୍କ ସହ ୬ ପ୍ରାଣୀ କୁଟୁମ୍ବ ରହୁଥିଲେ । ଅନେକ ଥର ପ୍ରବଳ ଲଗାଣ ବର୍ଷାରେ ଘର ଭୁଶୁଡ଼ିଛି । ଘର ସଜାଡ଼ିବାକୁ ମଧ୍ୟ ହାତରେ ଅର୍ଥ ନାହିଁ । ଏତେ ବଡ଼ ପରିବାର ମଧ୍ୟରେ ଜଣେ ମାତ୍ର ରୋଜଗାରକ୍ଷମ ହେଉଛନ୍ତି ଭିନ୍ନକ୍ଷମ ଭୁଜବଳ । ଘରେ ଜମି ବାଡ଼ି ବୋଲି କିଛି ନାହିଁ । କୂଲି କଲେ ପରିବାର ଚଳୁ ଥିଲା । ଏଭଳି ସ୍ଥିତିରେ ଭୁଜବଳଙ୍କ ମନରେ କିଛି ବୁଦ୍ଧି ବାଟ ଦିଶୁ ନ ଥିଲା । କାରଣ ଦୀର୍ଘ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଅନେକ ଥର ପଂଚାୟତ କାର୍ଯ୍ୟଳୟଠାରୁ ଆରମ୍ଭ କରି ବ୍ଲକ ପ୍ରଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେଲେ । କେବଳ ଉଚ୍ଚ ଅଧିକାରୀଙ୍କ ପ୍ରତିଶୃତି ଛଡା ତାଙ୍କୁ କିଛି ମିଳିଲା ନାହିଁ । ଏପରିକି ବିଧାୟକ ଏବଂ ପ୍ରଶାସନ ଅଧିକାରୀଙ୍କୁ ମଧ୍ୟ ଗୁହାରୀ କଲେ, ମାତ୍ର ତାହା ମଧ୍ୟ କିଛି କାମ ଦେଲା ନାହିଁ । ଆବାସ ଯୋଜନାରେ କିପରି ଘର ଖଣ୍ଡିଏ ମିଳିଲେ ଦୁଃଖ ଦୂର ହେବ ବୋଲି ସଦା ବେଳେ ସେ ଚିନ୍ତାରେ ରହୁଥିଲା । ହେଲେ ବିଧିର ବିଧାନ ଥିଲ ଭିନ୍ନ ପ୍ରକାର ଶେଷରେ ଭିନ୍ନକ୍ଷମ ଭୁଜବଳ ସଗଡ଼ିଆ ଆବାସ ଘର ଖଣ୍ଡିକକୁ ଜଗି ଜଗି ଗତ ୮ ତାରିଖରେ ମୃତ୍ୟୁବରଣ କଲେ । ତାଙ୍କ ମୃତୁ୍ୟ ପରେ ପରିବାର ଏବେ ଅସହାୟ । ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବେ ପରପାରିରେ । ଭୁଜବଳଙ୍କ ମୃତୁ୍ୟ ପରେ ପରିବାରର ବିଧବା ମା, ସ୍ତ୍ରୀ ଏବଂ ଚାରି ଛୁଆ ଅନାଥ ହୋଇଗଲେ । ଏମାନେ କେମିତି ଚଳିବେ, କଣ ଖାଇବେ, କଣ ପଢିବେ ତାକୁ ନେଇ ଚିନ୍ତାରେ ପରିବାର ଲୋକ । ଏଣୁ ଏହି ପରିବାର ପ୍ରତି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରି ତାଙ୍କୁ ଉତମ ଶିକ୍ଷା ପ୍ରଦାନ ଦିଗରେ ସହାୟକ କରିବା ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା