ଅଏଡା ମଣ୍ଡଳରେ ବିଜେପିର ନାରୀ ବନ୍ଦନ୍ କାର୍ଯ୍ୟକ୍ରମ…

ଆଠମଲ୍ଲିକ, ୨୨/୩ : ଆଠମଲ୍ଲିକ ବ୍ଲକ ଅଏଡ଼ା ପଂଚାୟତର ହାଟ ପଡ଼ିଆଠାରେ ବିଜେପି ପକ୍ଷରୁ ନାରୀ ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ଅଫିସଠାରୁ ଏକ ବିଶାଳ ନାରୀ ଶୋଭାଯାତ୍ରା ବିଜେପି ନେତା ଅର୍ଜୁନ ସାହୁଙ୍କ ନେତୃତ୍ୱରେ ବାହାରି ହାଟ ପଡ଼ିଆଠାରେ ପହଁଚିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିମାନେ ଯୋଗ ଦେଇ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମହିଳା ମାନଙ୍କ ପାଇଁ ନେଇଥିବା ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ମଣ୍ଡଳ ସଭାପତି ଅଜିତ୍ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର୍ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ସମ୍ପାଦକ ଭବାନୀ ପ୍ରସାଦ ଯୋତିଶ ରାୟ, ଭାଗିରଥି ପ୍ରଧାନ, ଗଗନ ବିହାରୀ ବାରିକ, ଅବନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ମୋଦୀଙ୍କ ଲୋକପ୍ରିୟତା ଓ ନାରୀଙ୍କୁ ସମ୍ମାନ ଦେଉଥିବା କଥା ବୁଝାଇଥିଲେ ।