ଓଡିଶା

ପୁରୁଣା ପାଣି ଗାଁରେ ଉକ୍ରଟ ରୂପ ଧାରଣ କରିଛି ପାଣି ସମସ୍ୟା…

ଆଠମଲ୍ଲିକ, ୧୯/୩ : ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପୁରୁଣା ପାଣି ସାହିରେ ଉକôଟ ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ତେଜୁଛି ପ୍ରତିବାଦର ସ୍ୱର । ସାହିରେ ୩୫ ଘରର ପ୍ରାୟ ୩୦୦ ଲୋକ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଓଡ଼ିଶା ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ପ୍ରତି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଉଥିବା ବେଳେ ଏଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ସାହିକୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍ ଲାଇନ୍ ବିଛାଇ ଷ୍ଟାଣ୍ଡ ପୋଷ୍ଟ ଲାଗିଥିଲେ ମଧ୍ୟ ଅଦ୍ୟାବଧି ଜଳ ଯୋଗାଣ ବନ୍ଦ ରହିଛି । ଏ ସମ୍ପର୍କରେ ଆଠମଲ୍ଲିକ ଜଳ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଉମାକାନ୍ତ ବେହେରାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା କହିବା ସହ ପ୍ରସଙ୍ଗକୁ ଏଡାଇ ଯାଇଥିଲେ । ସେହିପରି ଠାକୁରଗଡ଼ ଗ୍ରାମର ଷୋଳପଦା ଡ଼ିଗ୍ରୀ କଲେଜ୍ ପାଖରେ ଥିବା ବସୁଧା ଯୋଜନାର ବୋରୱେଲରେ ମଧ୍ୟ ପାଣି ସଙ୍କଟ ଦେଖାଯାଇଛି । ଫଳରେ ପିଇବା ପାଣି ସମସ୍ୟା ଦ୍ୱିଗୁଣିତ ହୋଇ ପଡ଼ିଛି । ଗ୍ରୀଷ୍ମ ଋତୁରେ ଆହୁରି ଜଳ ସଙ୍କଟ ଭୟାନକ ରୂପ ଧାରଣ କରିବ । ତେଣୁ ଯୁଦ୍ଧକାଳୀନ ଭିତିରେ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ଗ୍ରାମବାସୀ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା