ବିଶ୍ୱମ୍ବର ସାହୁ ହେଲେ କନେଷ୍ଟବଲ୍ ହାବିଲଦାର୍ ସଂଘର ନୂଆ ସଭାପତି…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଏସପି ଶୁଭେନ୍ଦୁ ପାତ୍ରଙ୍କ ଆଲୋଚନା ଏବଂ ତତ୍ୱାବଧନାରେ କନ୍ଧମାଳ ଜିଲ୍ଲାର ପାଞ ଶହରୁ ଉର୍ଦ୍ଧ୍ୱ କନେଷ୍ଟବଳ ହାବିଲଦାର୍ କର୍ମଚାରୀମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା କନେଷ୍ଟବଲ୍ ଓ ହାବିଲଦାର୍ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିିତ ହୋଇଯାଇଛି । ଦୀର୍ଘ ଛଅ ବର୍ଷ ପରେ କନ୍ଧମାଳ ଜିଲ୍ଲାରେ କିଛି ଶୃଙ୍ଖଳିତ କନେଷ୍ଟବଳ ହାବିଲଦାର୍ କର୍ମଚାରୀଙ୍କ ଆଲୋଚନା କ୍ରମେ ସଂଘ କର୍ମକର୍ତା ଚୟନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ସେଥିମଧ୍ୟରୁ ସଭାପତି ତାଲିକାରେ ବିଶ୍ୱମ୍ବର ସାହୁ, ସୁଦର୍ଶନ କହଁର, ନିଲାମ୍ବର ଦିଗାଲ, ସମ୍ପାଦକ ଭାବେ ପ୍ରଭାତ କୁମାର ସାହୁ ଏବଂ ଅଭିଜିତ ଦିଗାଲ ନିର୍ବାଚନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚନ ରିଟନିଙ୍ଗ ଅଫିସର ଭାବେ ଡି.ଆଇ.ବି.ଡି.ଏସ.ପି. ଏସ୍.ଏନ୍.ଦାସ ଏବଂ ପି୍ରଜାଇଡିଂ ଅଫିସର ଭାବେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଜେନେରାଲ ଆର.ଆଇ, ବିରିଶିଙ୍ଗ ସବରଙ୍କୁ ଏସ୍ ପି କନ୍ଧମାଳ ଶ୍ରୀ ଶୁଭେନ୍ଦୁ ପାତ୍ର ଦାୟିତ୍ୱ ଦେଇଥିଲେ ।
ଏଥିରେ ସଭାପତି ଭାବେ ବିଶ୍ୱମ୍ବର ସାହୁ ନିର୍ବାଚିତ ହୋଇଥିବାବେଳେ ଉପ ସଭାପତି ଭାବେ ଭାବଗ୍ରାହୀ ସାହାଣୀ, ସମ୍ପାଦକ ଭାବେ ପ୍ରଭାତ କୁମାର ସାହୁ, ସହ ସମ୍ପାଦକ ସୁଶାନ୍ତ ରଣା, କାହ୍ନୁଚରଣ ଦିଗାଲ, କୋଷାଧ୍ୟକ୍ଷ ବିଷ୍ଣୁନାୟକ, ସଭ୍ୟ ଭାବରେ ସର୍ବଜ୍ଞ ବେହେରା, ସୁବ୍ରତ ନାୟକ (ନିଲୁ), ଭିକାରୀ ଚରଣ ଦଣ୍ଡିଆ, ଶୁଭସ୍ମିତା ପ୍ରଧାନ, ସୁଜ୍ଞାନୀ ଦିଗାଲ ପ୍ରମୁଖ ବିଜୟୀ ହୋଇଛନ୍ତି । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କନେଷ୍ଟବଳ ହାବିଲଦାରଙ୍କର ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ଆଇନ୍ ଗତ ଭାବେ ସଂଘ ମାଧ୍ୟମରେ କରାଯାଇ ପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ନୂତନ ଭାବେ ନିର୍ବାଚିତ ହୋଇଥିବା କନେଷ୍ଟବଳ ହାବିଲଦାର ସଂଘ କର୍ମକର୍ତା ଆଲୋଚନା କରିଛନ୍ତି । ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିବା କନ୍ଧମାଳ ଜିଲ୍ଲାର କନେଷ୍ଟବଳ ହାବିଲଦାର ସଂଘକୁ ପୁନଃ ଉଦ୍ଧାର କରାଯାଇ ଉପଯୁକ୍ତ କର୍ମକର୍ତାଙ୍କୁ ନିର୍ବାଚିତ କରିଥିବାରୁ କନ୍ଧମାଳ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ଖୁସି ଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାର ଏସ୍ ପି ଶ୍ରୀ ଶୁଭେନ୍ଦୁ ପାତ୍ର ସଂଘଠନକୁ ଗଠନ କରିବା ପାଇଁ ଉପଯୁକ୍ତ ସହଯୋଗ କରିଥିବାରୁ ସଂଘ କର୍ମକର୍ତା ଓଡ଼ିଆ ଆଇ ପି ଏସ୍ ଶ୍ରୀ ପାତ୍ରଙ୍କୁ ଭ୍ରୃୟଂଶୀ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି ।