ଓଡିଶା

ନିଖିଳ ଓଡ଼ିଶା ଜିପିଏଲଏଫ ଇସି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର…

ଜଗତସିଂହପୁର : ନିଖିଳ ଓଡ଼ିଶା ଜିପିଏଲଫ ଇସି ସଙ୍ଘ ଜଗତସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିପିଏଲଫ ଇସି ମାନଙ୍କ ଦାବି ଅନୁଯାୟୀ ବିଭିନ୍ନ ଅଂଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥôକ ପ୍ରୋତ୍ସାହନ କ୍ଷେତ୍ରରେ ତାଲିମ ଓ ପ୍ରୋତ୍ସାହିତ କରିବା, ସଭାପତି,ସମ୍ପାଦକଙ୍କ ସ୍ୱାକ୍ଷରରେ ଋଣ ଗ୍ରହଣ ଓ ଋଣ ପ୍ରଦାନ କରାଯାଇଥାଏ । ଏହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ସତ୍ୱେ ଏମାନେ ଅସ୍ଥାୟୀତ୍ୱ, ସ୍ୱଳ୍ପ ଦେୟରେ କାମ କରିଆସୁଛନ୍ତି । ସରକାର ମହିଳା ସଶସ୍ତିକରଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିପିଏଲଫ ଇସିମାନେ ଅବହେଳିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଏଣୁ ସେମାନଙ୍କର ନିଯୁକ୍ତିର ସ୍ଥାୟୀତ୍ୱ, ମାସିକ ଦେୟ ୨୬ ହଜାର ଟଙ୍କା ପ୍ରଦାନ, ମୃତ୍ୟୁକାଳୀନ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଅବସରକାଳୀନ ବୟସ ୬୨ ବର୍ଷ ଓ ପେନସନ ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ସଙ୍ଘ ପକ୍ଷରୁ ଥାନା ଛକରୁ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା