ଆଇଆଇଏମ୍ ସମ୍ବଲପୁର ସହ ଏମ୍ଓୟୁ ସ୍ୱାକ୍ଷର କରିଛି ଆଇଜି ଡ୍ରୋନ୍ସ…

ଭୁବନେଶ୍ୱର : ଭାରତର ଅଗ୍ରଣୀ ଡ୍ରୋନ୍ ଟେକ୍ ଓ ଆନାଲିଟିକ୍ସ କମ୍ପାନୀ ଆଇଜି ଡ୍ରୋନ୍ସ ପକ୍ଷରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ (ଆଇଆଇଏମ୍) ସମ୍ବଲପୁର ସହ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ବ୍ୟବସାୟିକ ବିଶ୍ଳେଷଣ, ପରିଚାଳନା ରଣନୀତି ଓ ସାର୍ବଜନିନ ନୀତିରେ ଡ୍ରୋନ୍ ଟେକ୍ନୋଲୋଜିର ଅତ୍ୟାଧୁନିକ ପ୍ରୟୋଗ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ହେଉଛି ଏହି ଚୁକ୍ତିର ଉଦେ୍ଦଶ୍ୟ । ଏହି ଚୁକ୍ତିକୁ ଆଇଆଇଏମ୍ ସମ୍ବଲପୁରରେ ଶିକ୍ଷା ମନ୍ତ୍ରଣାଳୟ ସମର୍ଥନରେ ଆୟୋଜିତ ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ କନ୍କ୍ଲେଭ ସମୟରେ ଚୂଡାନ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗିକତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଆଇଜି ଡ୍ରୋନ୍ସ ହେଉଛି ପ୍ରଥମ କମ୍ପାନୀ ଯାହାକି ଏକ ଆଇଆଇଏମ୍ ସହ ଏମ୍ଓୟୁ ସ୍ୱାକ୍ଷର କରିଛି ।
ଏହି ଚୁକ୍ତି ଅଧିନରେ ଆଇଜି ଡ୍ରୋନ୍ସ ଆଇଆଇଏମ୍ ସମ୍ବଲପୁର, ଦିଲ୍ଲୀ କ୍ୟାମ୍ପସରେ ଏକ ଡ୍ରୋନ୍ ସେଂଟର୍ ଅଫ୍ ଏକ୍ସିଲେନ୍ସ ଉନ୍ମୋଚନ କରିବ । ଏହି ସେଂଟର ଡ୍ରୋନ ଟେକ୍ନୋଲୋଜି ସ୍ପେଶ୍ରେ ଗବେଷଣା, ଉଦ୍ଭାବନ ଓ ଉଦ୍ୟୋଗିକତା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏହି ଏମ୍ଓୟୁ ବ୍ୟବସାୟିକ ବିଶ୍ଳେଷଣ, ପରିଚାଳନା ରଣନୀତି ଓ ସାର୍ବଜନିନ ନୀତି କ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜିର ଆଧୁନିକ ପ୍ରୟୋଗ ଉପରେ ଗୁରୁତ୍ୱ ଦେବ । ଆଇଜି ଡ୍ରୋନ୍ସ ହେଉଛି ଏକ ଓଡିଶା ଆଧାରିତ ଡ୍ରୋନ୍ ଟେକ୍ କମ୍ପାନୀ ଯାହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉତମ ପ୍ରଦର୍ଶନ କରୁଛି ।
ଏହି ସହଭାଗିତା ସମ୍ପର୍କରେ ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ଡଃ ମହାଦେଓ ଜୈସୱାଲ କହିଛନ୍ତି, “ଆମେ ଏହି ଅଗ୍ରଣୀ ଡ୍ରୋନ୍ ଟେକ୍ନୋଲୋଜି କମ୍ପାନୀ ଆଇଜି ଡ୍ରୋନ୍ସ ସହ ଏକ ଏମ୍ଓୟୁ ସ୍ୱାକ୍ଷର କରି ଓ ସହଭାଗିତା ଖୁସି ଅନୁଭବ କରୁଛୁ । ଏହା ଭାରତର ଅନ୍ୟତମ ଅଗ୍ରଣୀ ଆଇଆଇଏମ୍ରେ ପରିଣତ ହେବା ପାଇଁ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆଗଧାଡିରେ ରହିଛି । ସେହିପରି ଆଇଜି ଡ୍ରୋନ୍ସର ପ୍ରତିଷ୍ଠାତା ଓ ସିଇଓ ବୋଧିସତ୍ୱ ସଂଘପ୍ରିୟା କହିଛନ୍ତି, “ଏହି ଅତ୍ୟାଧୁନିକ ପଦକ୍ଷେପ କ୍ଷେତ୍ରରେ ଆଇଆଇଏମ୍ ସହ ସହଭାଗିତା କରି ଆମେ ଉତ୍ସାହିତ ରହିଛୁ । ଏହି ଏମ୍ଓୟୁ ଭାରତରେ ଅଗ୍ରଣୀ ଆଇଆଇଏମ୍ଗୁଡିକ ସହ ସହଭାଗିତା କରି ଡ୍ରୋନ ଟେକ୍ନୋଲୋଜି କ୍ଷେତ୍ରରେ ଉଦ୍ଭାବନକୁ ପରିଚାଳନା କରିବା ଓ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରତିବଦ୍ଧତା ପ୍ରତି ଏକ ପ୍ରମାଣ ଅଟେ ।”