ସମାଜସେବୀଙ୍କ ପ୍ରଚେଷ୍ଟାରେ ହିତାଧିକାରୀ ହେଲେ ଉପକୃତ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଯୋଡ଼େଙ୍ଗା ପଂଚାୟତର କୁକୁରକୁଆ ଦରିପାରା ଗ୍ରାମର ରାସସାଇ ଗଣ୍ଡଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଏବଂ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଉପାଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ ଓ ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପସଭାପତି କୁନା ଦିଗାଲଙ୍କ ପ୍ରଚେଷ୍ଟାରେ ଭତା ପ୍ରଦାନ କରାଯାଇଛି । ରାସସାଇଙ୍କ ପତ୍ନୀଙ୍କ ଦେହ ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନ ହେବ ବିଛଣାରେ ପଡ଼ି ରହିଥିବା ଖବର ପ୍ରକାଶ ପାଇଥିଲାା ଏପରିକି ଚିକିତ୍ସା ପାଇଁ ଅର୍ଥଯୋଗାଡ଼ କରିବାତାଙ୍କ ପକ୍ଷେ ଅସମ୍ଭବ ହୋଇଯାଇଥିଲା । ଏଭଳି ସ୍ଥଳେ ସେ ସରକାରଙ୍କ ତରଫରୁକୌଣସି ସହାୟତାତଥା ରାସନ ପାଇବାରୁ ମଧ୍ୟ ବଂଚିତଥିଲେ ।
ଏହି ଖବର ଦେଖି ପ୍ରିହମ୍ ଟ୍ରଷ୍ଟର ଉପାଧ୍ୟକ୍ଷ ପ୍ରଜ୍ଞାପରମିତା ପ୍ରଧାନଙ୍କ ସମେତ ଉପ ରାଜ୍ୟ ସଭାପତି ଶ୍ରୀ ଦିଗାଲ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ତାଙ୍କ ନାମରେ ଶୀଘ୍ର ଭତା କରିଦେବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତତ୍ପର ହୋଇ ରାସସାଇ ଗଣ୍ଡଙ୍କ ଘରକୁ ନିଜେ ଯାଇ ତାଙ୍କର ସମସ୍ତ କାଗଜ ପତ୍ର ସଂଗ୍ରହ କରି ଭତା ସାଙ୍ଗସେନ୍ କରିତାଙ୍କୁ ଭତା ପ୍ରଦାନ କରିଛନ୍ତିା ଏ ନେଇ ରାସସାଇ ଗଣ୍ଡନିଜକ ଖୁସି ବ୍ୟକ୍ତ କରିବା ସହ ସମାଜସେବୀ ତଥା ଉପଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ, ଅଧ୍ୟକ୍ଷ ଶ୍ରୀ ଦିଗାଲ ଏବଂ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର ଓ ବ୍ଲକ୍ ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀ ମଟିଆଙ୍କ ସହିତ ଖବର ପ୍ରସାରଣ କରିଥିବା ସାମ୍ବାଦିକା ମାମନି ଚକ୍ରବର୍ତୀଙ୍କୁ ସାଧୁବାଦ ଜଣେଇଛନ୍ତିା