ଓଡିଶା

ଓସେପାର ଡେପୁଟି ଡାଇରେକ୍ଟର ହେଲେ ପ୍ରଦୋଷ କୁମାର ନାୟକ…

ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବଦଳି ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନୋଜ ରଂଜନ ଦଳାଇ ସଭାପତିତ୍ୱ କରିଥିଲାବେଳେ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଜପୁରର ପ୍ରଧାନ ଶିକ୍ଷକ ସାତ୍ମୀକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନୋଜ୍ ରଂଜନ ଦଳାଇ ସୂଚନା ଦେଇ କହିଥିଲେ ଯେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବଦଳି ଡେପୁଟି ଡାଇରେକ୍ଟର ଭାବେ ଓସେପା,ଭୁବନେଶ୍ୱରକୁ ହୋଇଛି ।ସେ ଗଜପତି ଜିଲ୍ଲାରେ ଶିକ୍ଷା ଅଧିକାରୀ ଭାବରେ ୦୫.୧୧.୨୦୨୧ରେ ଯୋଗ ଦେଇ ଶିକ୍ଷା ବିଭାଗର ବିକାଶ ପାଇଁ ଯେଉ ସବୁ କାର୍ଯ୍ୟ କରିଛନ୍ତି ତାହା ଅତୁଳନୀୟ । ୫ଟି ରୂପାନ୍ତରଣ ମାଧ୍ୟମରେ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ,ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଥିଲେ ସେ । ତାଙ୍କର ଉଦାର, ନିର୍ଭିକ ଓ ଦୟାଳୁ ମନୋଭାବ ଶିକ୍ଷା ବିଭାଗକୁ ଏକ ଅନନ୍ୟ ପ୍ରେରଣାର ଉତ୍ସ ଅଟେ । ଏହି ସଭାରେ ଜିଲ୍ଲାର ୭ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୧୦୦ଜଣ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏସ୍ ଏସ୍ ଗଜପତିର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଭେଙ୍କଟେଶ୍ୱର୍ ଉଚ୍ଚ ବିଦ୍ୟାଳୟର ପ୍ରଧନଶିକ୍ଷକ ତିରୁମାଲା ରାଓ ପଟ୍ଟନାୟକ, ଏମ୍ ଡି ଏମ ପ୍ରୋଗ୍ରାମରଗୌରୀ ଶଙ୍କର ଚୌଧୁରୀ, ଓଷ୍ଟାର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ମହେନ୍ଦ୍ରିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ ରବି କୁମାର,ଆଇପି ସୁରେନ୍ଦ୍ର ପାତ୍ର,ବଡ଼ବାବୁ ଗମିଲ୍ ରାଇତ, ସିନିୟର୍ ଟି ସି ତିରୁପତି ପାତ୍ର, ଶିବ କୁମାର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା