ରିଲିଜ୍ ହେଲା ‘ସିନ୍ଦୂରା’ ର ଟ୍ରେଲର୍….

ଭୁବନେଶ୍ବର : ପିପିଏଲ୍ ଓଡ଼ିଆ ତରଫରୁ ଅୟୋଜିତ ‘ପ୍ରେରଣା-୨୦୨୪’ କାର୍ଯ୍ୟକ୍ରମରେ ରିଲିଜ୍ ହେଲା ସୁପରହିଟ୍ ଓଡ଼ିଆ ସିନେମା ‘ସିନ୍ଦୂରା’ ର ଟ୍ରେଲର୍ । ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ନିଚ୍ଛକ କାହାଣୀ ଦର୍ଶକଙ୍କୁ ଭେଟି ଦେଇ ଅନେକ ପ୍ରଶଂସା ସାଉଁଟିବାକୁ ଯାଉଛି ଚଳଚ୍ଚିତ୍ର ‘ସିନ୍ଦୂରା’ । ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ଦ୍ଵାରା ପ୍ରଯୋଜିତ ଏହି ସିନେମାର ଟ୍ରେଲର ଦେଖି ଫିଲ୍ମ ଦେଖିବା ପାଇଁ ମନ ବଳାଇଛନ୍ତି ଉପସ୍ଥିତ ଥିବା ଦର୍ଶକ ମଣ୍ଡଳୀ । ଚାଷରେ ବ୍ୟବହାର କରାଯାଉଥିବା ପେଷ୍ଟିସାଇଡ କିପରି ମନୁଷ୍ୟର ଶରୀରକୁ କ୍ଷତି ପହଞ୍ଚାଉଛି, ସେହିଭଳି ଏକ ସୁନ୍ଦର କାହାଣୀ ଦର୍ଶକଙ୍କୁ ଭେଟି ଦେଉଛି ସିନ୍ଦୂରା । ମୁଖ୍ୟ ଚରିତ୍ରରେ ଅଭିନେତା ଅଭିଷେକ ଓ ମୁଖ୍ୟ ନାୟିକା ଭାବେ ଓଲିଉଡ଼ କୁଇନ୍ ସୁପ୍ରିୟାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଏହା ବ୍ୟତୀତ ବିଜୟ ଦାସଙ୍କ ହୃଦୟସ୍ପର୍ଶୀ ଗୀତ ସାଙ୍ଗକୁ ମ୍ୟୁଜିକର ବୈଜ୍ଞାନିକ ଭାବେ ଓଡ଼ିଆ ସିନେ ଇଣ୍ଡ୍ରଷ୍ଟିରେ ପରିଚିତ ପ୍ରେମାନନ୍ଦଙ୍କ ନିର୍ଦେଶନାରେ ହୋଇଥିବା ଗୀତ ଗୁଡିକ ଦର୍ଶକଙ୍କ ମନକୁ ଛୁଇଁବ । କ୍ରିଷ୍ଣା ବେଉରା, ଶଶାଙ୍କ ଶେଖର, କୁଳଦୀପ୍ ପଟ୍ଟନାୟକ, ସବିଶେଷ ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଭଳି ନାମୀଦାମୀ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି ।
ପ୍ରେରଣା ୨୦୨୪ କାର୍ଯ୍ୟକ୍ରମରେ ରିଲିଜ ହୋଇଥିବା ସିନ୍ଦୂରା ଚଳଚିତ୍ରର ଟ୍ରେଲରରେ ଅଭିନେତା ଅଭିଷେକ ଗିରି, କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥୀ, ସଂଯୋଜକ ଅସୀତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନସୂୟା ନାଥ, ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ପିପିଏଲ୍ ଓଡ଼ିଆର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।