ଢେଙ୍କାନାଳରେ ବଢୁଛି ବିଧାୟିକା ସୀମାରାଣୀଙ୍କ ଲୋକପ୍ରିୟତା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଧାୟିକା ସୀମାରାଣୀ ନାୟକଙ୍କର ଶକ୍ତି ବୃଦ୍ଧି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ଲୋକପ୍ରିୟତାରେ ବହୁ ଆଗରେ ରହିଥିବାର ବିଭିନ୍ନ କାର୍ଯ୍ୟକ୍ରମରୁ ଦେଖା ଦେଇଛି । ନିକଟରେ ବିଧାୟିକାଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ୍ୱ ଜନ ସମାଗମରେ ହିନ୍ଦୋଳ ଏନଏସି ୱାର୍ଡନଂ-୬ ରେ ଅନୁଷ୍ଠିତ ହୋଇଛି ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ । ବିଧାୟିକା ସୀମାରାଣୀ ନାୟକଙ୍କ ପାଇଁ ସ୍ୱତପ୍ରବୃତଃ ଭାବରେ ଅଗଣିତ ମହିଳା ପୁରୁଷଙ୍କ ସମାଗମରେ ପ୍ରତ୍ୟେକ ଘରେ ଶଙ୍ଖ କାର୍ଯ୍ୟକ୍ରମ ହେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖୀ ଜନହିତକର କାର୍ଯ୍ୟ ଓ ହିନ୍ଦୋଳ ନିର୍ବାଚନମଣ୍ଡଳୀ, ହିନ୍ଦୋଳ ଏନଏସିରେ ହୋଇଥିବା ଉର୍ଣ୍ଣୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ବିଧାୟିକା । ଏହି ଅବସରରେ ପ୍ରତ୍ୟେକ ପରିବାର ମଧ୍ୟ ସୀମାରାଣୀଙ୍କୁ ସ୍ୱାଗତ କରିଥିଲେ ଓ ବିଧାୟିକାଙ୍କୁ ପାଖରେ ପାଇ ବହୁ ଖୁସି ଥିବା ଦେଖିବାକୁ ମିଳିଥିଲା । ବିଧାୟିକା ମଧ୍ୟ ସମସ୍ତଙ୍କ ସହ ମିଶି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଧାୟିକାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକବିଜେଡି ସଭାପତି ବରୁଣ ସର,ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟକ୍ଷ ପ୍ରତିମା ରାଉତ,ଜିଲ୍ଲା ଯୁବବିଜେଡି ଉପସଭାପତି ସୁବ୍ରତ ଆଚାର୍ଯ୍ୟ,ନଗର ସଭାପତି ଗୋବିନ୍ଦ ବେହେରା,ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା,ତପନ ପରିଡା, ବ୍ଲକ ଯୁବବିଜେଡି ସଭାପତି ଦୁଃଖବନ୍ଧୁ ପ୍ରଧାନ, ଏନଏସି ଯୁବସଭାପତି ରୁଦ୍ରନାରାୟଣ ଦାସ, ବାଉଁଶପୋଖରୀ ସରପଂଚ ରଂଜିତ ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା, କର୍ମୀ ଓ ଏକ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ ।