ଓଡିଶା

ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଏବଂ ଦୁଇ ସମାଜସେବୀଙ୍କ ପ୍ରଚେଷ୍ଟାରେ ଭିନ୍ନକ୍ଷମଙ୍କୁ ମିଳିଲା ସହାୟତା…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଦେବାଗାଁ ପଂଚାୟତର ତୁମ୍ବୁରୀମୁଣ୍ଡା ଡି ଏନ୍ କେ ଗ୍ରାମର ଭିନ୍ନକ୍ଷମ ନାରାୟଣ ମଣ୍ଡଳଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଏବଂ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଉପାଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ ଓ ଅଧ୍ୟକ୍ଷ ତଥା ଇଓଉଡଉର ରାଜ୍ୟ ଉପସଭାପତି କୁନା ଦିଗାଲଙ୍କ ପ୍ରଚେଷ୍ଟାରେ ମିଳିଲା ଭତା । ନାରାୟଣ ମଣ୍ଡଳଙ୍କର ଗୋଡ଼ର ତିନୋଟି ଆଙ୍ଗୁଠି କୌଣସି କାରଣରୁ କଟି ଯାଇ ତାହା ଧିରେ ଧିରେ ଘା ହୋଇ ଯାଉଥିବାରୁ ସେ ଚିକିତ୍ସା କରିବା ପାଇଁ ତଥା ଘର ଚଳାଇବା ନିମନ୍ତେ ଅସମର୍ଥ ହୋଇପଡିଥିଲେ । ଏ ନେଇ ଏକ ଖବର ପ୍ରକାଶ ପାଇବା ପରେ ପ୍ରିହମ୍ ଟ୍ରଷ୍ଟର ଉପାଧ୍ୟକ୍ଷ ପ୍ରଜ୍ଞାପରମିତା ପ୍ରଧାନଙ୍କ ସମେତ ଉପ ରାଜ୍ୟ ସଭାପତି ଶ୍ରୀ ଦିଗାଲ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ଭିନ୍ନକ୍ଷମଙ୍କ ନାମରେ ଶୀଘ୍ର ଭତା କରିଦେବା ପାଇଁ ଅନୁରୋଧ କରିଥିଲେ ।
ଅପରପକ୍ଷେ ସମାଜସେବୀଙ୍କ ଅନୁରୋଧ ରକ୍ଷା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତତ୍ପର ହୋଇ ରାଇଘର ବ୍ଲକ୍ ସାମଜିକ ସୁରକ୍ଷା ଅଧିକାରୀ ଜ୍ଞାନ ମଟିଆଙ୍କ ଜରିଆରେ ଭିନ୍ନକ୍ଷମ ଶ୍ରୀ ମଣ୍ଡଳଙ୍କ ସମସ୍ତ କାଗଜ ପତ୍ରକୁ ଅନୁଧ୍ୟାନ କରି ତାଙ୍କୁ ଭତାପତ୍ର ପ୍ରଦାନ କରିଛନ୍ତି । ଭତା ପାଇବା ପରେ ଶ୍ରୀ ମଣ୍ଡଳ ଅତ୍ୟକ୍ତ ଖୁସି ହେଇ ସମାଜସେବୀ ତଥା ଉପଧ୍ୟକ୍ଷ ପ୍ରଜ୍ଞାପରମିତା ପ୍ରଧାନ, ଅଧ୍ୟକ୍ଷ ଶ୍ରୀ ଦିଗାଲ ଏବଂ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର ଓ ବ୍ଲକ୍ ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀ ମଟିଆଙ୍କ ସମେତ ଖବର ପ୍ରସାରଣ କରିଥିବା ସାମ୍ବାଦିକା ମାମନି ଚକ୍ରବର୍ତୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା