ଓଡିଶା

ମିରାମ୍ବୀକା ପକ୍ଷରୁ ଅଭିପ୍ସା- ୨୦୨୪ ସମ୍ମାନ…

ଭୁବନେଶ୍ୱର : ବିଶ୍ୱ ମହିଳା ଦିବସ ଉପଲକ୍ଷେ ମିରାମ୍ବୀକା ସାମାଜିକ ଓ ସାଂସ୍କୃôତିକ ଅନୁଷ୍ଠାନ ପକ୍ଷରୁ ଅଭିପ୍ସା- ୨୦୨୪ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଛି । ଆତିଥ୍ୟ କ୍ଷେତ୍ରରେ ସୋନାଲୀ ସାହୁ, ଲାଇଫ୍ ହୋଟେଲ ମୁଖ୍ୟ, ଅଲମ୍ପିଆନ୍ କ୍ରୀଡାବିତ୍ ନମିତା ଟପୋ, ଅଭିନେତ୍ରୀ ଅନୁ ଚୌଧୁରୀ, ଚିକିତ୍ସା କ୍ଷେତ୍ରରେ ଡ. ସୁଜାତା କର, ସମାଜସେବା କ୍ଷେତ୍ରରେ ପରିଚୟ ଫାଉଣ୍ଡେସନ୍ ମୁଖ୍ୟ ଡ ରୋଜାଲିନ୍ ପାଟ୍ଟଶାଣୀ, ଓଡିଶୀଗୁରୁ ସୁହାଗ ନଳୀନୀ ଦାସ, ଉପସ୍ଥାପିକା ମୌସୁମୀ ମହାନ୍ତି, ପଶୁପ୍ରେମୀ ପୂଜା ତ୍ରୀପାଠୀ, ଓଡିଏମ୍ ସ୍କୁଲ ମୁଖ୍ୟ ଶୈଳେନ୍ଦ୍ର କୁମାରୀ, ପିପିଏଲ୍ ନୁ୍ୟଜ୍ ଓଡିଆ ମୁଖ୍ୟ ଲିପ୍ସା ପଟ୍ଟନାୟକ, ଇଷ୍ଟର୍ଣ୍ଣ ଫୁଡର ମୁଖ୍ୟ ଅଭିସ୍ମିତା ସାହୁ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଲତା ଦେଓ, ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମ୍ମାନୀୟ ଅତିଥି ଭାବେ ୟୁଏନ୍.ଡି.ପି ଓଡିଶା ମୁଖ୍ୟ ଆଭା ମିଶ୍ର ଏବଂ ଶିଳ୍ପପତି ସ୍ୱୀକୃତି ପଟ୍ଟନାୟକ ଉପସ୍ଥିତ ଥିଲେ । ମିରାମ୍ବୀକା ରାଜ୍ୟରେ ୩୦ ଲକ୍ଷରୁ ଉଦ୍ଧ୍ୱର୍ ମହିଳାଙ୍କୁ ସଶକ୍ତିକରଣ କରିବା ସହ ୨ ଲକ୍ଷ ମହିଳା ଉଦ୍ୟୋଗୀଙ୍କୁ ସ୍ୱାବଲମ୍ବୀ କରିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା