ଓଡିଶା

ସରକାରୀ ଚାକିରୀ ଛାଡି ଜନସେବାରେ ଶିକ୍ଷକ …

ଲକ୍ଷ୍ମୀପୁର : ସବୁ କଳ୍ପନାଜଳ୍ପନା ଅନ୍ତ ଘଟାଇ ଶେଷରେ ଶିକ୍ଷକ ଚାକିରୀ ଛାଡ଼ିଲେ ବଡ଼ ନେର୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶଙ୍କର ସାଉଁନ୍ତା । ଜନସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ଶଙ୍କର ଶେଷରେ ଚାକିରୀ ଜୀବନରୁ ସ୍ବଇଚ୍ଛା ଅବସର ଗ୍ରହଣ କରିଛନ୍ତି । ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି, ବିଇଓ କୈଳାସ ଚନ୍ଦ୍ର ବେହେରାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଏବିଇଓ ବିଭୁତି ଭୂଷଣ ଟାକ୍ରୀ ମଧ୍ୟ ଉପସ୍ଥିତ ଥିଲେ । ସେ ଦୀର୍ଘ ସମୟ ଧରି ଛୁଟିରେ ରହି ବିଜେଡି ଦଳର ସକ୍ରୀୟ କର୍ମକର୍ତ୍ତା ଭାବେ ନିଜର ଦାୟିତ୍ବ ତୁଲାଇ ଆସୁଥିଲେ । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଚର୍ଚ୍ଚାରେ ଥିଲେ ଶଙ୍କର ସାଉଁନ୍ତା । ଏବେ ସେ ଚାକିରୀରୁ ଅବସର ନେବା ପରେ ଦଳ ଭରସାରେ ଆଗକୁ ନିର୍ବାଚନ ଲଢିବାର ସୁଯୋଗ ମିଳିଲେ ଲୋକଙ୍କ ସେବାରେ ନିୟୋଜିତ ହୋଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା