ପଞ୍ଚମ ମୋଧାବୃତ୍ତି ପାଇଲେ ଆତିଶ…

ହିନ୍ଦୋଳ : ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ହାସଲ କଲେ ଆତିଶ ମିଶ୍ର । ଆତିଶଙ୍କ ସଫଳତାରେ ଗର୍ବିତ ହିନ୍ଦୋଳ ଏନ୍ଏସି ୨ ନମ୍ବର ୱାର୍ଡ ହରିହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସୂଚନା ଅନୁସାରେ, ଗତ ୨୩ ଫେବୃଆରୀରେ ବ୍ଲକ ଶିକ୍ଷା ଜିଲ୍ଲା ଅଧିକାରୀଙ୍କ ପତ୍ର ସଂଖ୍ୟା ୫୦୪ ଅନୁଯାୟୀ ଅନୁଷ୍ଠାନର ପଞ୍ଚମ ଶ୍ରେଣୀର ଛାତ୍ର ଆତିଶ ମିଶ୍ର ମେଧା ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥଲେ । ତାଙ୍କର ଏହି ସଫଳତାରେ ଅନୁଷ୍ଠାନ ଗର୍ବିତ ଥିବାସହ ହିନ୍ଦୋଳ ଏନ୍ଏସିର ଏକମାତ୍ର ସରକାରୀ ଉପ୍ରା ବିଦ୍ୟାଳୟର ଏକମାତ୍ର ଛାତ୍ର ଭାବେ ସେ ଏହି କୃତିତ୍ୱ ହାସଲ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ସମସ୍ତ ଶିକ୍ଷୟତ୍ରୀବୃନ୍ଦ ଓ ଛାତ୍ରଛାତ୍ରୀ ଆତିଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆତିଶ (ଚିକୁନ) ହିନ୍ଦୋଳର ସମୟ ପ୍ରତିନିଧି ଦୁଷ୍ମନ୍ତ ମିଶ୍ର ଓ ମା ସୁଜାତା ପାଳଙ୍କ ଏକ ମାତ୍ର ସନ୍ତାନ । ଉକ୍ତ ମେଧାବୃତ୍ତି ପରୀକ୍ଷାରେ ବ୍ଲକର ଅନ୍ୟାନ ବିଦ୍ୟାଳୟର ୧୩ଜଣ ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ବେଳେ, ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୧୪ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ସରକାରୀ ଚିଠି ଓ ବିଜ୍ଞାପନରୁ ଜଣାପଡ଼ିଛି ।