ଭୁବନେଶ୍ୱରରେ ବିଏସ୍ଏଚ୍ ହୋମ୍ ଆପ୍ଲାଏନ୍ସର ପ୍ରଥମ ବୋସ୍ ଏବଂ ସିମେନ୍ସ ବ୍ରାଣ୍ଡ୍ ଷ୍ଟୋର …

ଭୁବନେଶ୍ୱର : ଘରୋଇ ଉପକରଣ ଶିଳ୍ପରେ ବିଏସ୍ଏଚ୍ ହାଉସେରାଟେ ଜିଏମବିଏଚର ସହାୟକ ସଂସ୍ଥା ବିଏସ୍ଏଚ୍ ହୋମ୍ ଆପ୍ଲାଏନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାର ‘ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏହାର ପ୍ରଥମ ବୋସ୍ ଏବଂ ସିମେନ୍ସ ବ୍ରାଣ୍ଡ୍ ଷ୍ଟୋର ପୁରୀ ବାଇପାସ୍ ରୋଡ୍ ସ୍ଥିତ ସାଇ ମନ୍ଦିର ଛକ ନିକଟରେ ଖୋଲିଛି । ଏହି ବ୍ରାଣ୍ଡ୍ ଷ୍ଟୋରର ଉଦଘାଟନ ସମଗ୍ର ଭାରତର ବଜାରଗୁଡ଼ିକରେ ପ୍ରିମିୟମ୍ ହୋମ୍ ଆପ୍ଲାଏନ୍ସର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ବିଏସ୍ଏଚର ପଦକ୍ଷେପକୁ ପ୍ରତିଫଳିତ କରୁଛି ।
ଉଦଘାଟନୀ ଉତ୍ସବରେ ବିଏସ୍ଏଚ୍ ହୋମ୍ ଆପ୍ଲାଏନ୍ସର ସିଇଓ ତଥା ଏମଡି ସୈଫ୍ ଖାନ୍, ଡିଲର୍ ପାର୍ଟନର ସନ୍ତୋଷ ବେହେରା ଏବଂ ବିଏସ୍ଏଚ୍ ହୋମ୍ ଆପ୍ଲାଏନ୍ସର ଅନ୍ୟ ବରିଷ୍ଠ ନେତୃତ୍ବ ଦଳ ଉପସ୍ଥିତ ଥିଲେ । ଜର୍ମାନ ଇଞ୍ଜିନିୟରିଂ, ନୂତନ ଟେକ୍ନୋଲୋଜି ଏବଂ ଅତୁଳନୀୟ ଗୁଣବତ୍ତା ପାଇଁ ପ୍ରସିଦ୍ଧ ବୋସ୍ ଏବଂ ସିମେନ୍ସ ଉପକରଣର ଏକ ବିସ୍ତୃତ ପରିସର ପ୍ରଦାନ କରି ଜିରକନ୍-ଟେକ୍ ଏହି ଚାହିଦା ପୂରଣ କରିବାକୁ ପ୍ରସ୍ତୁତ । ଏହି ଷ୍ଟୋରରେ ଅତ୍ୟାଧୁନିକ ଉପକରଣଗୁଡ଼ିକର ଏକ ବ୍ୟାପକ ଶୃଙ୍ଖଳା ରହିଛି । ଷ୍ଟୋରରେ ବିଲ୍ଟ-ଇନ୍ ରେଞ୍ଜରେ ଭାରତର ସିମେନ୍ସ ବ୍ରାଣ୍ଡ ଅଧୀନରେ ସମ୍ପ୍ରତି ଆରମ୍ଭ ହୋଇଥିବା ଆଇକ୍ୟୁ ୭୦୦ ରେଞ୍ଜର ଓଭେନ୍ ମଧ୍ୟ ରହିବ । ଏତଦ୍ ବ୍ୟତୀତ ହୋମ୍ କନେକ୍ଟ ଫିଚର ଓଭନରେ ସମନ୍ୱିତ ଅନେକ ଅଭିନବ ବୈଶିଷ୍ଟ୍ୟ ସହିତ ବ୍ୟବହାରକାରୀଙ୍କ ପାଇଁ ଜୀବନକୁ ସରଳ କରିଥାଏ । ସ୍ମାର୍ଟ ଭାରତୀୟ ପରିବାର ପାଇଁ ନିର୍ମିତ, ଗ୍ରାହକମାନେ ହୋମ୍ କନେକ୍ଟ ଆପ୍ ମାଧ୍ୟମରେ ଭଏସ୍ କଣ୍ଟ୍ରୋଲ୍, ସ୍ମାର୍ଟଫୋନ୍, ଟାବଲେଟ୍ କିମ୍ବା ଟଚ୍ ଡିସପ୍ଲେ ମାଧ୍ୟମରେ ଓଭନ୍ ପ୍ରୋଗ୍ରାମକୁ ସହଜରେ ନିଯ଼ନ୍ତ୍ରଣ କରିପାରିବେ ।
ଏହି ଅବସରରେ ବିଏସଏଚ ହୋମ ଆପ୍ଲାଇଏନ୍ସ ଇଣ୍ଡିଆର ଏମ୍ ଡି ଓ ସିଇଓ ସୈଫ ଖାନ କହିଛନ୍ତି ଯେ, ଭୁବନେଶ୍ୱରର ହୃଦୟରେ ଆମର ପ୍ରଥମ ବୋସ୍ ଏବଂ ସିମେନ୍ସ ଷ୍ଟୋରର ଭବ୍ୟ ଉଦଘାଟନ ଘୋଷଣା କରି ଆମେ ଉତ୍ସାହିତ । ସ୍ଥାନୀୟ ଖୁଚୁରା ଅଂଶୀଦାରମାନଙ୍କ ସହିତ ଅର୍ଥପୂର୍ଣ୍ଣ ସହଯୋଗର ପ୍ରୟାସରେ, ଭୁବନେଶ୍ୱରର ଜୀବନ୍ତ ସମ୍ପ୍ରଦାୟ ପାଇଁ ପ୍ରିମିୟମ୍ ଉତ୍ପାଦ ଅଫରଗୁଡ଼ିକୁ ଅଧିକ ସୁଲଭ କରିବାକୁ ଲକ୍ଷ୍ୟ ରଖିଛୁ ।
ବିଏସଏଚ ହୋମ ଆପ୍ଲାଇଏନ୍ସରେ ୧୧୪ଟି ବ୍ରାଣ୍ଡ ଦୋକାନ (ବୋସ୍ ପାଇଁ ୯୪ଟି ବ୍ରାଣ୍ଡ ଷ୍ଟୋର ଏବଂ ସିମେନ୍ସ ପାଇଁ ୨୦ଟି ବ୍ରାଣ୍ଡ ଷ୍ଟୋର) ର ଭାରତବ୍ୟାପୀ ଖୁଚୁରା ନେଟୱାର୍କ ରହିଛି । ବିଏସ୍ଏଚ୍ ସମଗ୍ର ଭାରତରେ ସମସ୍ତ ଗ୍ରାହକଙ୍କୁ ଦୁଇଟି ଗ୍ରାହକ ଯୋଗାଯୋଗ କେନ୍ଦ୍ର, ୧୬ଟି ଶାଖା ସେବା କାର୍ଯ୍ୟାଳୟ, ୩୫୦ରୁ ଅଧିକ ପ୍ରାଧିକୃତ ସେବା ଅଂଶୀଦାର ଏବଂ ୧୫୦୦ରୁ ଅଧିକ ତାଲିମପ୍ରାପ୍ତ ସେବା ଟେକ୍ନିସିଆନଙ୍କ ସହିତ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଲାଗି ପ୍ରୟାସ କରୁଛି ।