ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବେ ବଲିଉଡ ଫେମ୍ ଜରିନ୍…

ଭୁବନେଶ୍ବର : ଭୁବେଶ୍ବରରେ ଖୋଲିଛି କ୍ଳବ୍ ସାଇନ୍ ଏକ୍ସ । ବ୍ୟସ୍ତ ବହୁଳ ଜୀବନରୁ ମୁକ୍ତ ପାଇବା ପାଇଁ ଏହି କ୍ଲବ ଉନ୍ମୋଚିତ ହୋଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଅଭିନେତ୍ରୀ ଜରିନ ଖାନ୍ । କ୍ଳବ୍ ସାଇନ୍ ଏକ୍ସର ଉନ୍ମୋଚନ ସହ ହୋଟେଲ ଲାଇଫରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଜରିନ୍ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଳବ୍ ସାଇନ୍ ଏକ୍ସର ସତ୍ଵାଧିକାରୀ ସନ୍ତୋଷ ପାତ୍ର ଓ ବଣ୍ଟି, ବ୍ରାଣ୍ଡ ଆମ୍ବାସାଡର ଶୀତଲ ପାତ୍ର ଏବଂ ଅଶ୍ୱିନ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ପ୍ରଯୋଜକ ରମେଶ ବାରିକ ଅଫର ଦେଇଥିଲେ, ଯାହାକୁ ଗ୍ରହଣ କରିଛନ୍ତି ଜରିନ୍ ।
ଶହୀଦ ନଗରରେ ଥିବା ଏହି କ୍ଲବ୍ ଦିନ ୧୨ଟାରୁ ରାତି ୧୨ଟା ଯାଏ ଖୋଲା ରହିବ । ଏଠାରେ ଡିଜେ ସହିତ ନାଚ ଗୀତର ଆନନ୍ଦ ଉଠାଇ ପାରିବେ ଗ୍ରାହକ । କେବଳ ସେତିକି ନୁହେଁ, ସିଫୁଡ୍, କଣ୍ଟିନେଟାଲ ଓ ସାଉଥ୍ ଇଣ୍ଡିଆନ ଖାଦ୍ୟର ମଧ୍ୟ ସ୍ବାଦ ନେଇପାରିବେ । ଜନ୍ମଦିନ ହେଉ କି ବିବାହ ବାର୍ଷିକୀ ଅବା ଅନ୍ୟ କିଛି ଅବସର ଗ୍ରାହକ ଏଠାରେ ଭିନ୍ନ ପରିବେଶରେ ନିଜର ସ୍ବତନ୍ତ୍ର ଦିବସ ପାଳନ କରିପାରିବେ ବୋଲି କହିଛନ୍ତି କ୍ଳବର ସତ୍ୱାଧିକାରୀ ସନ୍ତୋଷ ପାତ୍ର ।