ଓଡିଶା

ଆଇଏମ୍ଆଇର ଏକାଦଶ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ…

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ)ର ଏକାଦଶ ଦୀକ୍ଷାନ୍ତ ସମାରୋହ ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୧-୨୩ ବ୍ୟାଚର ମୋଟ ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଡକ୍ଟର ସନ୍ତୃପ୍ତ ମିଶ୍ର ନିଜର କର୍ପୋରେଟ୍ ଜଗତର ଦୀର୍ଘ ବର୍ଷର ଅଭିଜ୍ଞତା ବିଷୟରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ୨୮ ବର୍ଷ ଧରି ସେ ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟରତ ଥିଲେ । ଏହାସହ ସେ ବିର୍ଲା କାର୍ବନର ନିର୍ଦ୍ଦେଶକ ଭାବେ ମଧ୍ୟ ନିଜର ଦାୟିତ୍ୱ ସମ୍ଭାଳିଛନ୍ତି । ତେବେ ଓଡିଶାର ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାର ଉଦ୍ଦେଶ୍ୟ ନେଇ ଡକ୍ଟର ମିଶ୍ର ବିଜେଡିରେ ଯୋଗ ଦେବା ସହ ବର୍ତ୍ତମାନ ଶାସକ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।   

ଆଇଏମ୍ଆଇ ଭୁବନେଶ୍ୱର ରାଜ୍ୟରେ ଏକ ଦୀର୍ଘ ମିଆଦି ଶିକ୍ଷାନୁଷ୍ଠାନ ଭାବେ ନିଜର ପରିଚୟ ହାସଲ କରିବାରେ ସକ୍ଷମ ହୋଇପାରିଛି । ଆଇଏମ୍ଆଇ ସର୍ବଦା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱ ଦେଇଥାଏ  । ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ବାଣିଜ୍ୟ ଭିତିକ ଅନୁଭବ ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ ଆଇଏମ୍ଆଇ ସବୁବେଳେ ତତ୍ପର ରହିଥାଏ  ।

ଏହି ସମାରୋହରେ ଅନ୍ୟତମ ଅତିଥି ଭାବେ ଭି. ସି. ଅଗ୍ରୱାଲ, ପରାମର୍ଶଦାତା-(ଏଚଆର୍) ଆର୍.ପି. ସଞ୍ଜିବ ଗୋଏଙ୍କା ଗ୍ରୁପ୍, ଡକ୍ଟର ହିମାଦ୍ରୀ ଦାସ, ଡାଇରେକ୍ଟର ଜେନେରାଲ- ଆଇଏମ୍ଆଇ, ଅଜୟ କୁମାର ସାହୁ, ଏକଜ୍ୟୁକେଟିଭ୍ ଡାଇରେକ୍ଟର- ଗ୍ରୁପ୍ କର୍ପୋରେଟ୍ ଏଚଆର, ଡକ୍ଟର ମହୁଆ ବାନାର୍ଜୀ, ଡାଇରେକ୍ଟର- ଆଇଏମ୍ଆଇ, କୋଲକତା, ଶ୍ରୀ ରଘୁନାଥ ପ୍ରତିହାରୀ, ଡାଇରେକ୍ଟର ଏଚଆରଡି- ଓପିଟିସିଏଲ୍ ଏବଂ ଆଇଏମ୍ଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହଲ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ବେହଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଶିକ୍ଷାନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ଏକାଦଶ ଦୀକ୍ଷାନ୍ତ ବ୍ୟାଚର ଶିକ୍ଷାର୍ଥୀଙ୍କୁ ଦେଖି ବେଶ୍ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଥିଲେ । ଏହି ଅବସରରେ ସେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପିଜିଡିଏମ୍ ୨୦୨୧-୨୩ ବ୍ୟାଚର ମେଡାଲ ବିଜେତାଙ୍କ ମଧ୍ୟରେ ମାସୁମା ସାମିମଙ୍କୁ ସ୍ୱର୍ଣ୍ଣ ପଦକ, ଲକ୍ଷ୍ମୀ ସରାଓଗୀଙ୍କୁ ରୌପ୍ୟ ପଦକ, ଛରିତ୍ରିକା ରାଜପାଲଙ୍କୁ ଡକ୍ଟର ରାମ ପ୍ରସାଦ ଗୋଏଙ୍କା ବେଷ୍ଟ ଷ୍ଟୁଡେଣ୍ଟ ପଦକ ଏବଂ ରୌନକ କରଙ୍କୁ ଡାଇରେକ୍ଟରର୍ସଙ୍କ ପଦକ ସମ୍ମାନ ପ୍ରଦାନ କରାଯାଇଛି ।

ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ) ୨୦୧୧ ରେ ପ୍ରତିଷ୍ଠିତ ହୋଇଥିଲା  । ଏହା ଏକ ଯୁବ ଅନୁଷ୍ଠାନ ଯାହାକି ଭାରତ ସରକାରଙ୍କ ଏଚଆରଡି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍) ୨୦୨୩ ରେ ୬୭ତମ ସ୍ଥାନ ହାସଲ କରିଛି  । ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ) ସମ୍ପ୍ରତି ପୋଷ୍ଟଗ୍ରାଜୁଏଟ ଡିପ୍ଲୋମା ଇନ ମ୍ୟାନେଜମେଣ୍ଟ (ପିଜିଡିଏମ୍) ଏବଂ ଏଫପିଏମ୍ ପ୍ରୋଗ୍ରାମ ପ୍ରଦାନ କରିଥାଏ, ଯାହାକି ଏଆଇସିଟିଇ ଦ୍ୱାରା ଅନୁମୋଦିତ । ଫ୍ଲାଗସିପ୍ ପିଜିଡିଏମ୍ ପ୍ରୋଗ୍ରାମ ଏଏମବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ; ଏନବିଏ (ନ୍ୟାସନାଲବୋର୍ଡ ଅଫ୍ ଆକ୍ରିଡେଶନ); ଏନଏଏସି (ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେଶନ କାଉନସିଲ୍) ଏବଂ ଏଆଇୟୁ (ଆସୋସିଏଶନ ଅଫ ଇଣ୍ଡିଆନ ୟୁନିଭରସିଟି)ରୁ ସମାନତା ଗ୍ରହଣ କରିଛି  ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା