ଡିଜିଟାଲ ମିଡ଼ିଆର ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କନ୍ଧମାଳ, (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହୁକୁମା ଗାନ୍ଧୀସ୍ମୁତି ସଭାଗୃହରେ କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ସଭାପତି କ୍ଷିତୀଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ରଦନ କହଁର, ସମ୍ନାନିତ ଅତିଥି ଭାବେ ଅରୂପ ଜେନା, ସୁନୀଲ ପଟନାୟକ, ଅଶୋକ ପରିଡ଼ା, ତୁଷାରକାନ୍ତ ପଟନାୟକ ସଭାପତି ଓଡ଼ିଶା ଡିଜିଟାଲ ମିଡ଼ିଆ ଭୁବନେଶ୍ୱର, ରାଜକିଶୋର ସ୍ୱାଇଁ ଜେନେରାଲ ସେକ୍ରେଟାରୀ କଳିଙ୍ଗ ୟୁନିୟନ ଅଫ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଭୁବନେଶ୍ୱର, ଫୁଲବାଣୀ ପିଏ ଆଇ ଟି ଡିଏ ପ୍ରବୀଣ କୁମାର ବାଣୁଆ, ୱାର୍କିଙ୍ଗ ପ୍ରେସିଡେଂଟ୍ କେ ୟୁ ଏମ୍ ଯେ ଭୁବନେଶ୍ୱର ପ୍ରମୁଖ ଯୋଗଦେଇ ଥିଲେ । ଉକ୍ତ ଉତ୍ସବରେ କନ୍ଧମାଳ ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇ ଏହି ବାର୍ଷିକ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସଫଳ କରିବା ପାଇଁ ସହଯୋଗ କରିଥିଲେ । ସାମ୍ବାଦିକ କ୍ଷେତ୍ରରେ ସ୍ୱଛତା ଭାବେ କାର୍ଯ୍ୟ କରିବା ନମନ୍ତେ ସମ୍ନାନିତ ଅତିଥି ମାନେ ନିଜ ଅଭିଭାଷଣରେ ମତ ରଖିଥିଲେ ।